କମିଲା ରେପୋ ରେଟ୍, ଏଣିକି କମିବ ସୁଧହାର

କେନ୍ୟୁଜ୍ : କମିଲା ରେପୋ ରେଟ୍ । ୨୫ ବେସିସ୍ ପଏଣ୍ଟ ରେପୋ ରେଟ୍ ହ୍ରାସ କରିଛି ଆରବିଆଇ। ରେପୋ ରେଟ୍ ୬ ପ୍ରତିଶତରୁ ଖସି ୫.୭୫ ପ୍ରତିଶତ ହୋଇଛି। ରେପୋ ରେଟ୍ କମିବା ପରେ ଏବେ ସୁଧ ହାର କମିବା ସମ୍ଭାବନା ରହିଛି । ଆରବିଆଇ ଗଭର୍ଣ୍ଣର ଭାବେ ଶଶିକାନ୍ତ ଦାୟିତ୍ୱ ନେବା ପରେ କେନ୍ଦ୍ରୀୟ ବ୍ୟାଙ୍କମାନେ ଅଭିବୃଦ୍ଧି ହାର ୦.୫୦ ପ୍ରତିଶତ କମ୍ କରିଛନ୍ତି ।
ଆରବିଆଇ ରେପୋ ରେଟ୍ କମ୍ ହେବା ଦ୍ୱାର ଅନେକ ଫାଇଦା ମିଳିବ । ବ୍ୟାଙ୍କରେ ସୁଧ ହାର କମ୍ ହୋଇପାରେ । ଏହା ଦ୍ୱାରା ହୋମ୍ ଲୋନ୍ ଓ ଅଟୋ ଲୋନ୍ର ଇଏମ୍ଆଇ କମ୍ ହୋଇପାରେ । ଏହା ସହ ବ୍ୟାଙ୍କରୁ ନୂଆ ଲୋନ୍ ନେବାକୁ ଥିବା ଲୋକଙ୍କୁ ସୁଧ ହାର କମ୍ ପଡ଼ିବ ।