ଖୁବ୍ ଶୀଘ୍ର ଆସିବ ନୂଆ ୧୦୦ଟଙ୍କିଆ ନୋଟ୍ : ଜାଣନ୍ତୁ କଣ ରହିଛି ବିଶେଷତ୍ବ

ନୂଆଦିଲ୍ଲୀ : ଗତ ଦୁଇ ବର୍ଷ ହେଲା ପ୍ରାୟତଃ ସମୟ ବ୍ୟବଧାନରେ ଭାରତୀୟ ମୁଦ୍ରାର ରଙ୍ଗରୁପ ବଦଳିବାରେ ଲାଗିଛି। ୨୦୦୦, ୫୦୦, ୨୦୦, ୧୦ ଟଙ୍କିଆ ନୋଟ ପରେ ବର୍ତ୍ତମାନ ୧୦୦ ଟଙ୍କା ନୋଟ ମଧ୍ୟ ବଦଳିବାକୁ ଯାଉଛି। ଏହା ବିଷୟରେ ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ନୂଆ ନୋଟର ରଙ୍ଗ ବାଇଗଣୀ ରହିଥିବା ବେଳେ ଏଥିରେ ବିଶ୍ବ ପ୍ରସିଦ୍ଧ ଗୁଜୁରାତର ଧରୋହର ଐତିହାସିକ ରାଣୀଙ୍କ ଅଞ୍ଚଳ ଦେଖିବାକୁ ମିଳିବ। ତେବେ ୧୦୦ ଟଙ୍କାର ନୂତନ ନୋଟ ବଜାରକୁ ଆସିବା ପରେ ମଧ୍ୟ ପୁରୁଣା ନୋଟ ବ୍ୟବହାର ରହିବ। ଏହି ନୋଟର ପ୍ରିଟିଂ ଦାୟିତ୍ବ ୨୦୦୦ଟଙ୍କିଆ ନୋଟ ପ୍ରସ୍ତୁତ କରିଥିବା ମେସୁରର ସେହି ପ୍ରେସକୁ ଦିଆଯାଇଛି।

ନୂଆ ୧୦୦ଟଙ୍କା ନୋଟଟି ଦେଖିବାକୁ ପୁରୁଣା ୧୦୦ ଟଙ୍କା ନୋଟରୁ ଛୋଟ ଏବଂ ୧୦ଟଙ୍କା ନୋଟରୁ ବଡ଼। ମିଡ଼ିଆ ରିପୋଟ ଅନୁଯାୟୀ , ୧୦୦ଟଙ୍କାର ନୂଆ ନୋଟର ଛପା କାମ ବ୍ୟଙ୍କ୍ ପ୍ରେସ ଦିବସରୁ ଆରମ୍ଭ କରିଛି। ଏହି ନୂଆ ନୋଟଟି ଅଗଷ୍ଟ ମାସ ଶେଷ ଆଡ଼କୁ ବଜାରରେ ଉପଲବ୍ଧ ହେବାକୁ ଯାଉଛି। ତେବେ ନୋଟରେ ଖାସ କଥା ହେଉଛି ଏହାକୁ ସ୍ବଦେଶୀ କାଗଜ ଏବଂ ରଙ୍ଗରେ ପ୍ରସ୍ତୁତ କରାଯାଇଛି।