Below header

RBIର ନୂଆ ନିୟମ : ଏଟିଏମରେ ନଗଦ ଟଙ୍କା ନଥିଲେ ବ୍ୟାଙ୍କଗୁଡିକୁ ଉପରେ ଲାଗୁହେବ ଜରିମାନା

ଏଟିଏମରେ ନଗଦ ଟଙ୍କା ନ ଥିବାରୁ ଲୋକ ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧାକୁ ଦୂର କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କଡା ପଦକ୍ଷେପ ନେଇଛି। କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ନେଇଛି ଯେ ଠିକ ସମୟରେ ଏଟିଏମରେ ଟଙ୍କା ନ ରଖିଲେ ସଂପୃକ୍ତ ବ୍ୟାଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ଲାଗୁ କରାଯିବ। ଯଦି କୌଣସି ମାସରେ ୧୦ ଘଣ୍ଟାରୁ ଅଧିକ ସମୟ ପାଇଁ ଏଟିଏମ୍ (ଅଟୋମେଟେଡ୍ ଟେଲର୍ ମେସିନ୍) ରେ ନଗଦ ଟଙ୍କା ଜମା ନହୁଏ ତେବେ ସଂପୃକ୍ତ ବ୍ୟାଙ୍କଗୁଡିକ ଉପରେ ଆରବିଆଇ ଦଣ୍ଡବିଧାନ କରିବ। ଏହି ବ୍ୟବସ୍ଥା ଅକ୍ଟୋବର ୧, ୨୦୨୧ ରୁ କାର୍ଯ୍ୟକାରୀ ହେବ ।

କେନ୍ଦ୍ରୀୟ ବ୍ୟାଙ୍କ ଏକ ସର୍କୁଲାରରେ କହିଛି ଯେ, ଏଟିଏମରେ ନଗଦ ଟଙ୍କା ନ ରଖିଲେ ଦଣ୍ଡବିଧାନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ସୁବିଧା ପାଇଁ ଏହି ମେସିନରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଉପଲବ୍ଧ ଅଛି କି ନାହିଁ ତାହା ନିଶ୍ଚିତ କରିବା । ଏଥି ସହିତ ବ୍ୟାଙ୍କଗୁଡିକ ଶାଖା ଏବଂ ଏଟିଏମର ବ୍ୟାପକ ନେଟୱାର୍କ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ଟଙ୍କା ଉପଲବ୍ଧ କରାଇବା ଦାୟିତ୍ୱ ରିଜର୍ଭ ବ୍ୟାଙ୍କ ବହନ କରିଛି ।

ସୂଚନା ଅନୁସାରେ ଜରିମାନା ପରିମାଣ ସମ୍ପର୍କରେ କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଯଦି କୌଣସି ଏଟିଏମରେ ମାସକୁ ୧୦ ଘଣ୍ଟାରୁ ଅଧିକ ସମୟ ନଗଦ ଟଙ୍କା ​​ରଖା ନଯାଏ ତା’ହେଲେ ଏଟିଏମ ପ୍ରତି ୧୦,୦୦୦ ଟଙ୍କା ଜରିମାନା ଆଦାୟ କରାଯିବ। ହ୍ୱାଇଟ ଲେବଲ୍ ଏଟିଏମ୍ କ୍ଷେତ୍ରରେ ବ୍ୟାଙ୍କ ଉପରେ ଜରିମାନା ଆଦାୟ କରାଯିବ ଯାହା ସମ୍ପୃକ୍ତ ଏଟିଏମରେ ନଗଦ ଟଙ୍କା ବିତରଣ କରିଥାଏ। ହ୍ୱାଇଟ ଲେବଲ୍ ଏଟିଏମ୍ ଗୁଡିକ ଅଣ ବ୍ୟାଙ୍କ ସଂସ୍ଥା ଦ୍ୱାରା ପରିଚାଳିତ ହୋଇଥାଏ ।ବ୍ୟାଙ୍କ ହ୍ୱାଇଟ ଲେବଲ୍ ଏଟିଏମ୍ ଅପରେଟରଙ୍କଠାରୁ ପେନାଲ୍ଟି ରାଶି ସଂଗ୍ରହ କରିପାରିବ। ଜୁନ୍ ୨୦୨୧ ଶେଷ ସୁଦ୍ଧା ଦେଶର ବିଭିନ୍ନ ବ୍ୟାଙ୍କରେ ୨,୧୩,୭୬୬ ଏଟିଏମ୍ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.