Below header

ଭୋଡାଫୋନ୍ ଆଇଡିଆ ଆଣିଲା ଦମଦାର୍ ପ୍ଲାନ୍, ଜାଣନ୍ତୁ କଣ ରହିଛି ଏହାର ସୁବିଧା

ଭୋଡାଫୋନ୍ ଆଇଡିଆ ଗତକାଲି ୨ ନୂଆ RedX ଫ୍ୟାମିଲି ପ୍ଲାନ୍ ଲଞ୍ଚ୍ କରିଛି ଯାହାର ଦାମ୍ ୧୬୯୯ ଟଙ୍କା ଏବଂ ୨୨୯୯ ଟଙ୍କା । ଗ୍ରାହକଙ୍କୁ କ୍ରମଶଃ ୩ ଓ ୫ ପରିବାରର ସଦସ୍ୟଙ୍କୁ ଯୋଡିବା ପାଇଁ ଏହି ପ୍ଲାନକୁ ମାର୍କେଟକୁ ଆଣିଛି କମ୍ପାନୀ । ଭୋଡାଫୋନ୍ ଆଇଡିଆ ଦ୍ୱାରା ମଲ୍ଟି ମେମ୍ବର୍ସ REDX ଯୋଜନାରେ ଖାସ୍ ଫିଚର୍ସ ହେଉଛି ଲକ୍-ଇନ୍ ପିରିୟଡ । ଏହାର ଅର୍ଥ ଗ୍ରାହକଙ୍କୁ ଏହି ପ୍ଲାନରେ ଅତି କମରେ ୬ ମାସର ଅବଧି ପାଇଁ ସବସ୍କ୍ରିପ୍ସନ ନେବାକୁ ପଡିବ ଏବଂ ଯଦି ସେମାନେ ଏହି ଯୋଜନାକୁ ମଝିରେ ଛାଡି ଦେଉଛନ୍ତି ତେବେ ତାଙ୍କଠୁ ୩ ହଜାର ଟଙ୍କାର ଏଗଜିଟ୍ ଫି ନିଆଯିବ ।

ଟେଲିକମ୍ କମ୍ପାନୀ ଷ୍ଟେଟମେଣ୍ଟରେ କହିଛି ଯେ ପରିବାରର କୌଣସି ସଦସ୍ୟ ୱର୍କ ଫ୍ରମ୍ ହୋମ୍, ଅନଲାଇନ୍ ସ୍କୁଲିଂ, ଇଣ୍ଟରନେଟ୍ ଓ ସୋସିଆଲ ମିଡିଆ ଯୋଗୁ ଅଧିକ ଡାଟା ଦରକାର କରିଥାନ୍ତି । ଏହି ପ୍ଲାନ୍ ସେହି ୟୁଜର୍ସଙ୍କ ପାଇଁ ଖାସ୍ ରୂପେ ପ୍ରସ୍ତୁତ କରାଯାଇଛି । କମ୍ପାନୀ ପରିବାରର ସବୁ ସଦସ୍ୟଙ୍କୁ ଅନଲିମିଟେଡ୍ ଡାଟା ଦେବ, ବିଲ୍ ମଧ୍ୟ ଗୋଟିଏ ଆସିବ ।

ମିଳିବ ଏହି ବେନିଫିଟ୍ସ–

ନୂଆ ରେଡଏକ୍ସ ଫ୍ୟାମିଲି ପ୍ଲାନ୍ ସହିତ ପ୍ରାଇମେରୀ ମେମ୍ବର ନେଟଫ୍ଲିକ୍ସ(ବର୍ଷେ ସବସ୍କ୍ରିପ୍ସନ ସହିତ), ୧ ବର୍ଷ ପାଇଁ ଆମାଜନ ପ୍ରାଇମ୍, ୧ ବର୍ଷ ପାଇଁ ଡିଜନୀ ପ୍ଲସ୍ ହଟଷ୍ଟାର୍ ଭିଆଇପି ସବସ୍କ୍ରିପ୍ସନ, ଭିଆଇ ମୁଭିଜ୍ ଓ ଟିଭି ପାଇଁ ଭିଆଇପି ଆକ୍ସେସ ଭଳି ଓଟିଟି ପ୍ଲାନଟଫର୍ମର ସଦସ୍ୟତାର ଲାଭ ଉଠାଇପାରିବେ । ଏହା ସହିତ ଜି୫ ପ୍ରିମିୟମର ମଧ୍ୟ ଆକ୍ସେସ ମିଳିବ ।

ଅନଲିମିଟେଡ୍ କଲିଂ–

ପ୍ରତି କନେକ୍ସନରେ ଅନଲିମିଟେଡ୍ ୪ଜି ଡାଟା ସହିତ ନୂଆ ରେଡଏକ୍ସ ଫ୍ୟାମିଲି ପ୍ଲାନ୍ ସାରା ଦେଶରେ ପ୍ରାଇମେରୀ ଓ ସେକେଣ୍ଡାରୀ ଉଭୟ ନମ୍ବରରେ ଅନଲିମିଟେଡ୍ ଭଏସ୍ କଲିଂ ସୁବିଧା ଦେଉଛି କମ୍ପାନୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.