Below header

ICMR ରେ ରିସର୍ଚ୍ଚ ସାଇଣ୍ଟିଷ୍ଟ ସହିତ ଖାଲିପଡିଛି କନସଲଟାଣ୍ଟ ପଦବୀ, ଦରମା ମାସକୁ ୭୦ ହଜାର ଟଙ୍କା

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ICMR) ରେ କନସଲଟାଣ୍ଟ,ପ୍ରୋଜେକ୍ଟ ଆଡମିନିଷ୍ଟ୍ରେଟିଭ ସପୋର୍ଟ ସହିତ ଅନେକ ପଦବୀ ଖାଲି ପଡିଛି। ଏହି ଚାକିରି କରିବାକୁ ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଜଲଦି ଆବେଦନ କରନ୍ତୁ। ଅନଲାଇନ ଆବେଦନ କରିବାର ଶେଷ ତାରିଖ ୬ ସେପ୍ଟେମ୍ବର ୨୦୨୧ ରହିଛି।

ପଦବୀ ବିବରଣୀ : ୬

ପ୍ରୋଜେକ୍ଟ ରିସର୍ଚ୍ଚ ସାଇଣ୍ଟିଷ୍ଟ-V: ୦୨
ପ୍ରୋଜେକ୍ଟ ରିସର୍ଚ୍ଚ ସାଇଣ୍ଟିଷ୍ଟ-IV: ୧
ପ୍ରୋଜେକ୍ଟ ଆଡମିନିଷ୍ଟ୍ରେଟିଭ ସପୋର୍ଟ: ୧
ପ୍ରୋଜେକ୍ଟ କନସଲଟାଣ୍ଟ ଟେକିନିକାଲ: ୨

ଦରମା: ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଦରମା ନିର୍ଦ୍ଧାରିତ କରାଯାଇଛି। ସର୍ବାଧିକ ଦରମା ମାସକୁ ୭୦ ହଜାର ଟଙ୍କା ରହିଛି।

ଶିକ୍ଷାଗତ ଯୋଗ୍ଯତା ଏବଂ ବୟସ ସୀମା: ପ୍ରତ୍ଯେକ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ଯତା ସହିତ ବୟସ ସୀମା ମଧ୍ୟ ଅଲଗା ରଖାଯାଇଛି। ଅଧିକ ଜାଣିବା ପାଇଁ ନୋଟିଫିକେସନ projectjobs.icmr.org.in ଦେଖିନିଅନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ…

projectjobs.icmr.org.in

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.