ଗାର୍ଲଫ୍ରେଣ୍ଡ ସହ କଥା ହେଉଥିବା ବେଳେ ଧରାପଡ଼ିଗଲା ୪ ବର୍ଷର ପିଲା, ପଚାରିବାରୁ କହିଲା- ଇଏ ତମ ବୋହୂ ରିୟା; ଦେଖନ୍ତୁ ଭିଡିଓ

୪ ବର୍ଷ ବୟସରେ ପିଲାମାନେ ସାଧାରଣତଃ ପ୍ଲେ ସ୍କୁଲରେ ପଢ଼ନ୍ତି ଓ ଖେଳକୁଦ କରିଥାନ୍ତି। କିନ୍ତୁ ଯଦି କୁହାଯାଏ ଯେ ୪ ବର୍ଷର ଏକ ଛୁଆ ଗାର୍ଲଫ୍ରେଣ୍ଡ ସହ ଫୋନ୍‌ରେ କଥା ହେଉଥିବ ଓ ଧରାପଡ଼ିବା ପରେ ସେ ଉକ୍ତ ଝିଅକୁ ବାପା-ମା’ଙ୍କୁ ତାଙ୍କ ବୋହୂ ବୋଲି କହିବ ତେବେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ କୁନି ପିଲାର ଭାଇରାଲ ହେଉଛି ଯିଏ ବାପା-ମା’ଙ୍କୁ ଏକ ଝିଅକୁ ଭଲ ପାଉଛି ବୋଲି ଦମ୍ଭର ସହ କହୁଛି ଓ ତାକୁ ବାହା ହେବ ବୋଲି ବି କହୁଛି।

ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି ଯେ ଏକ ରୁମ୍‌ରେ ଛୋଟ ପିଲାଟି କାହା ସହ କଥା ହେଉଥିବା ଶୁଣି ତା’ବାପା-ମା’ ରୁମ୍‌ରେ ପହଞ୍ଚିଥିଲେ। ସେମାନେ ତାକୁ କାହା ସହ କଥା ହେଉଥିଲୁ ଓ ରିୟା କିଏ ବୋଲି ପଚାରିଥିଲେ। ଛୁଆ କିନ୍ତୁ କହିଥିଲା, ସେ କାହା ସହ କଥା ହେଉନଥିଲା ବରଂ ମୋବାଇଲରେ ଗେମ୍‌ ଖେଳୁଥିଲା।

କିନ୍ତୁ ବାପା-ମା’ ବାରମ୍ବାର ପଚାରିବାରୁ ସେ ରାଗି ଯାଇ କହୁଛି ଯେ ହଁ ମୁଁ ରିୟା ସହ କଥା ହେଉଥିଲି। ସେ ତୁମର ଭାବି ବୋହୂ। ଏହା ଶୁଣିବା ପରେ ବାପା ମା’ ପରସ୍ପରକୁ ଅନାଉଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by 👿memeswaala😈 (@dhakhadmemes)

ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍‌ ଭାଇରାଲ ହେଉଛି। ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଶହ ଶହ ଲୋକ ଏହି ଭିଡିଓକୁ ଦେଖିସାରିଲେଣି ଓ ବେଶ୍‌ ମଜା ମଜା କମେଣ୍ଟ ବି କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.