ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରେ ଜୁନିଅର ଏକ୍ସିକ୍ୟୁଟିଭ୍ର ୫୯୬ ପଦ ଖାଲି ପଡ଼ିଛି। ଏଥିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ aai.aeroକୁ ଯାଇ ଅନଲାଇନ ଆବେଦନ କରି ପାରିବେ। ଆବେଦନ ପ୍ରକ୍ରିୟା ୨୨ ଡିସେମ୍ବର ୨୦୨୨ରୁ ଆରମ୍ଭ ହୋଇଛି। ପ୍ରାର୍ଥୀମାନେ ୨୧ ଜାନୁୟାରୀ ସୁଦ୍ଧା ଆବେଦନ କରି ପାରିବେ।
ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରେ ଜୁନିଅର ଏକ୍ସିକ୍ୟୁଟିଭ୍ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୨୭ ବର୍ଷ ନିର୍ଦ୍ଧାରିତ କରାଯାଇଛି। ବୟସର ଗଣନା ୨୧ ଜାନୁଆରୀ, ୨୦୨୩ ଅନୁସାରେ ହେବ। ପ୍ରାର୍ଥୀମାନଙ୍କ ପାଖରେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଙ୍ଗ୍/ ଟେକ୍ନୋଲୋଜିରେ ସିଭିଲ୍ / ଇଲେକ୍ଟ୍ରିକାଲ୍ / ଇଲେକ୍ଟ୍ରୋନିକ୍ସ ଆଦି ବିଷୟରେ ଡିଗ୍ରୀ ଏବଂ ଅନ୍ୟ ନିର୍ଦ୍ଧାରିତ ଯୋଗ୍ୟତା ଥିବା ଦରକାର।
ଚୟନ ପ୍ରକ୍ରିୟା
GATE-୨୦୨୦/୨୦୨୧/୨୦୨୨ରେ ପ୍ରାପ୍ତ ମାର୍କ ଆଧାରରେ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ମୂଳ ଡକ୍ୟୁମେଣ୍ଟଗୁଡ଼ିକର ଯାଞ୍ଚ ପାଇଁ ଡକାଯିବ। ଚୟନ ସମ୍ବନ୍ଧିତ ବିସ୍ତୃତ ସୂଚନା ପାଇଁ ଆପଣ ଅଫିସିଆଲ ନୋଟିଫିକେସନ ଦେଖି ପାରିବେ। ଯୋଗ୍ୟ ପ୍ରାର୍ଥୀମାନେ ୨୨ ଡିସେମ୍ବରରୁ ନେଇ ୨୧ ଜାନୁୟାରୀ ପର୍ଯ୍ୟନ୍ତ ଅନଲାଇନ୍ ମାଧ୍ୟମରେ ଆବେଦନ କରି ପାରିବେ।
ଆବେଦନ ଶୁଳ୍କ
ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରେ ଜୁନିଅର ଏକ୍ସିକ୍ୟୁଟିଭ୍ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ୩୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ।
ପଦ ସଂଖ୍ୟା
-ଜୁନିଅର କାର୍ଯ୍ୟନିର୍ବାହୀ (ଇଞ୍ଜିନିୟରିଂ- ସିଭିଲ୍) ୬୨
-ଜୁନିଅର କାର୍ଯ୍ୟନିର୍ବାହୀ (ଇଞ୍ଜିନିୟରିଂ- ଇଲେକ୍ଟ୍ରିକାଲ୍) ୮୪
-ଜୁନିଅର କାର୍ଯ୍ୟନିର୍ବାହୀ (ଇଲେକ୍ଟ୍ରୋନିକ୍ସ) ୪୪୦
-ଜୁନିଅର କାର୍ଯ୍ୟନିର୍ବାହୀ (ଆର୍କିଟେକ୍ଚର) ୧୦
ଗୁରୁତ୍ୱପୂର୍ଣ୍ଣ ତାରିଖ
-ଅନଲାଇନ ଆବେଦନ ଆରମ୍ଭ ହେବାର ତାରିଖ: ୨୨ ଡିସେମ୍ବର ୨୦୨୨
-ଅନଲାଇନ ଆବେଦନ ଦାଖଲର ଶେଷ ତାରିଖ: ୨୧ ଜାନୁୟାରୀ ୨୦୨୩
-ଡକ୍ୟୁମେଣ୍ଟର ଯାଞ୍ଚ ତାରିଖ ଅଫିସିଆଲ୍ ୱେବସାଇଟରେ ଘୋଷଣା କରାଯିବ।