ଖାଲିପଡିଛି ୧୦୦୦ରୁ ଊର୍ଦ୍ଧ୍ବ ଷ୍ଟାଫ ନର୍ସ ପଦବୀ, ଦରମା ମାସକୁ ୩୧ ହଜାର ଟଙ୍କା, ଜଲଦି କରନ୍ତୁ ଆବେଦନ

ଆପଣ ନର୍ସିଂ କରିଛନ୍ତି କି ? ଯଦି ହଁ, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଗୁଜରାଟ ସ୍ବାସ୍ଥ୍ଯ ବିଭାଗ ଅଧିନରେ ୧୦୦୦ରୁ ଅଧିକ ପଦବୀ ଖାଲି ପଡିଛି। ଏଠାରେ ଷ୍ଟାଫ ନର୍ସ ପଦବୀରେ ନିଯୁକ୍ତି କରାଯାଉଛି। ୪୦ ବର୍ଷ ବୟସର ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।

ପଦବୀ: ୧୦୦୮

ଶିକ୍ଷାଗତ ଯୋଗ୍ଯତା: ଏହି ନିଯୁକ୍ତି ପାଇଁ ଯୋଗ୍ଯ ପ୍ରାର୍ଥୀଙ୍କ ପାଖରେ GNM ଏବଂ କୌଣସି ମାନ୍ଯତାପ୍ରାପ୍ତ ଇନଷ୍ଟିଚ୍ଯୁଟରୁ ବିଏସସି ନର୍ସିଂ ଡିଗ୍ରୀ ରହିବା ଆବଶ୍ଯକ।

ଜରୁରୀ ତାରିଖ: ଅନଲାଇନ ଆବେଦନ କରିବାର ତାରିଖ ୧ ଜାନୁଆରୀରୁ ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୨୮ ଫେବ୍ରୁଆରୀ ରହିଛି।

job

ନିଯୁକ୍ତି: ଏହି ନିଯୁକ୍ତି ଷ୍ଟାଫ ନର୍ସ କ୍ଲାସ-୩ ଏବଂ ୧୦୦୮ ପଦବୀରେ ପ୍ରାର୍ଥୀଙ୍କ ଚୟନ କରାଯିବ। ପ୍ରାର୍ଥୀଙ୍କ ନିଯୁକ୍ତି ଇଣ୍ଟରଭ୍ଯୁ ଆଧାରରେ କରାଯିବ।

ଦରମା: ୩୧,୩୪୦ ମାସକୁ

ଆବେଦନ ଶୁଳ୍କ: ସାମାନ୍ଯ ବର୍ଗ ପାଇଁ ୩୦୦ ଟଙ୍କା ରହିଥିବା ବେଳେ ଏସସି/ଏସଟି ପାଇଁ କୌଣସି ଶୁଳ୍କ ଲାଗୁ କରାଯାଇନାହିଁ।

https://ojas.gujarat.gov.in/AdvtList.aspx?type=lCxUjNjnTp8%3d

https://gujhealth.gujarat.gov.in/

https://ojas.gujarat.gov.in/AdvtDetailFiles/COH_202021_1.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.