ଆଇଟିଆଇ କିମ୍ବା ୧୦ମ ପାସ୍ କରିଥିଲେ କରିପାରିବେ ରେଲୱେ ଚାକିରି, ଏଠାରେ କରନ୍ତୁ ଆବେଦନ

ଭାରତୀୟ ରେଲୱେରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆନ ରେଲୱେ ବନାରସ ଲୋକୋମୋଟିଭ ୱାକର୍ସ(BLW) ତରଫରୁ ଖାଲି ପଡିଛି ଅନେକ ପଦବୀ। ଯେଉଁଥିରେ ନିଯୁକ୍ତି ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି। ଯେଉଁ ଇଚ୍ଛୁକ ପ୍ରାର୍ଥୀ ଆଇଟିଆଇ ପାସ୍ କରିଥିବେ ସେ ଏଥିରେ ଆବେଦନ କରିପାରିବେ। ଅନଲାଇନ ଆବେଦନ କରିବାର ଶେଷ ତାରିଖ ୧୫ ଫେବ୍ରୁଆରୀ ରହିଛି। ଅଧିକ ଜାଣିବା ଅଫିସିଆଲ ୱେବସାଇଟ https://blw.indianrailways.gov.in/ କୁ ଯାଇ ନୋଟିଫିକେସନ ପଢି ଆବେଦନ କରିବପାରିବେ।

ପଦବୀ ବିବରଣୀ: ୩୭୪

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୧୮ ଜାନୁଆରୀରୁ ଆରମ୍ଭ ହେଉଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୧୫ ଫେବ୍ରୁଆରୀ ରହିଛି।

indian railways

ଆବେଦନ କରିବାର ଯୋଗ୍ଯତା: ଏହି ନିଯୁକ୍ତି ପାଇଁ ଯୋଗ୍ଯ ପ୍ରାର୍ଥୀଙ୍କ ପାଖରେ ଆଇଟିଆଇ କିମ୍ବା ୧୦ମ ପାସ୍ କରିଥିବା ଆବଶ୍ଯକ।

ବୟସ ସୀମା: ନିଯୁକ୍ତି ପାଇଁ ୧୫ ବର୍ଷରୁ ୨୨ ବର୍ଷର ପ୍ରାର୍ଥୀ ଆବେଦନ କରିପାରିବେ।

ଏମିତି କରନ୍ତୁ ଆବେଦନ: ଆବେଦନ କରିବାକୁ ଥିବା ଇଚ୍ଛୁକ ପ୍ରାର୍ଥୀ ବନାରସ ଲୋକୋମୋଟିଭ ୱାକର୍ସ ର ଅଫିସିଆଲ ୱେବସାଇଟ https://blw.indianrailways.gov.in/ କୁ ଯାଇ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.