ଖାଲିପଡିଛି ରେଲୱେ ଚାକିରି, NRTI ରେ ଟିଚିଂ ଏବଂ ନନଟିଚିଂ ଷ୍ଟାଫ ପାଇଁ ହେଉଛି ନିଯୁକ୍ତି

ରେଳ ବିଭାଗରେ ଚାକିରି କରିବାକୁ ଚାହୁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟାସନାଲ ରେଲ ଆଣ୍ଡ ଟ୍ରାନ୍ସପୋର୍ଟେସନ ଇନଷ୍ଟିଚ୍ୟୁଟ ପକ୍ଷରୁ ଟିଚିଂ ଏବଂ ନନ୍‌ ଟିଚିଂ ଷ୍ଟାଫ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏଠାରେ ଖାଲିପଡିଥିବା ପଦବୀ ପାଇଁ ନିଯୁକ୍ତି ହେଉଛି। ଏଠାରେ ପ୍ରଫେସର, ଆସୋସିଏଟ ପ୍ରଫେସର, ଜୁନିଅର ଆକାଉଣ୍ଟ ଅଫିସର ସମେତ ୩୯ ପଦବୀ ଖାଲିପଡିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ nrti.edu.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ପଦବୀ ସଂଖ୍ୟା: ୩୯

ଆସୋସିଏଟ ପ୍ରଫେସର: ୧୦
ଆସିଷ୍ଟାଣ୍ଟ ପ୍ରଫେସର: ୧୫
ପ୍ରଫେସର: ୫
ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର: ୨
ଆଡମିନିଷ୍ଟ୍ରେଟିଭ ଆସିଷ୍ଟାଣ୍ଟ: ୨
ଜୁନିଅର ଆସିଷ୍ଟାଣ୍ଟ: ୨
ଡେପୁଟି ଫାଇନାନ୍ସ ଅଫିସର:୧
ଜୁନିଅର ଆକାଉଣ୍ଟସ ଅଫିସର: ୧
ଆସିଷ୍ଟାଣ୍ଟ ଲାଇବ୍ରେରିଆନ: ୧

railwya

ଶିକ୍ଷାଗତ ଯୋଗ୍ୟତା : ଜୁନିଅର ଆକାଉଣ୍ଟସ ଅଫିସର ଏବଂ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ପଦବୀ ପାଇଁ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୫୫% ପ୍ରତିଶତ ମାର୍କ ସହିତ ମାଷ୍ଟର ଡିଗ୍ରୀ ପାସ୍‌ କରିଥିବା ଆବଶ୍ୟକ। ସେହିପରି ଆଡମିନିଷ୍ଟ୍ରେଟିଭ ଆସିଷ୍ଟାଣ୍ଟ ଏବଂ ଜୁନିଅର ଆସିଷ୍ଟାଣ୍ଟ ପଦବୀରେ ଆବେଦନ କରିବା ପାଇଁ ୫୫ ପ୍ରତିଶତ ମାର୍କ ସହିତ ସ୍ନାତକ ଡିଗ୍ରୀ ହେବା ଜରୁରୀ।

ଦରମା: ସପ୍ତମ ବେତନ ଅନୁଯାୟୀ ସମସ୍ତ ପଦ ପାଇଁ ଦରମା ଧର୍ଯ୍ୟ କରାଯିବ।

ମହତ୍ୱପୂର୍ଣ୍ଣ ତାରିଖ: ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟnrti.edu.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୦ ନଭେମ୍ବର ୨୦୨୦ ରହିଛି।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ…

https://nrti.edu.in/faculty-staff-recruitment.html

https://nrti.edu.in/#

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.