ଏହି ସ୍କିମ ଦେଉଛି ମାଗଣା ଚାକିରି, ଏବେ ବେରୋଜଗାର ମଧ୍ୟ ଉଠାଇ ପାରିବେ ଫାଇଦା

ଆସିଲା ବେରୋଜଗାରଙ୍କ ପାଇଁ ବଢ଼ିଆ ସ୍କିମ। ଯଦି ଆପଣ ବି ଚାକିରି କରିବାକୁ ନେଇ ଅବା କାମ ଖୋଜିବାକୁ ନେଇ ଚିନ୍ତାରେ ଅଛନ୍ତି। ତାହେଲେ ଏହି ଖବର ଖାସ ଆପଣଙ୍କ ପାଇଁ। ଏବେ ସରକାର ବେରୋଜଗାରଙ୍କ ପାଇଁ ଏକ ଜବରଦସ୍ତ ସ୍କିମ ଆଣିଛନ୍ତି। ଏହି ସ୍କିମ ଅନ୍ତର୍ଗତ ଏବେ ବେରୋଜଗାରଙ୍କୁ ରୋଜଗାର ମିଳିବ। ସେ ବି ଖୁବ ସହଜରେ।

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଯୁବକ ମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ବା ABRY ବାହାର କରିଛନ୍ତି। ଏହି ସ୍କିମ ଅନ୍ତର୍ଗତ ଯୁବକ ମାନଙ୍କୁ ଖୁବ ସହଜରେ ଚାକିରି ମିଳିବ। ରୋଜଗାର ଖୋଜୁଥିବା ଯୁବକ ମାନେ ଏବେABRYରେ ରେଜିଷ୍ଟ୍ରେସନ କରି ଖୁବ ସହଜରେ ଚାକିରି ପାଇପାରିବେ। ଏହାର ଶେଷ ତାରିଖ ଆସନ୍ତା ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ରହିଛି। ଏହା ଜରିଆରେ ଚାକିରି କରିବାକୁ ଯାଉଥିବା ପ୍ରତ୍ୟେକ କମ୍ପାନୀରେ ନିଯୁକ୍ତ ହେବା ପରେ ସେମାନଙ୍କ ପିଏଫ ଭୁଗତାନ ସରକାର କରିବେ। ଏହାସହ ପିଏଫରେ ଯାଉଥିବା ରାଶି ଭୁଗତାନ ମଧ୍ୟ ସରକାର ତରଫରୁ ହେବ।

ଏହି ଯୋଜନା ଅନ୍ତର୍ଗତ ସରକାର ୨ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତ ପାଇଥିବା ନୂଆ କର୍ମଚାରୀଙ୍କ ଭବିଷ୍ୟ ନିଧିରେ ଜମା କରିବେ। ଏହାଦ୍ୱାରା କମ୍ପାନୀକୁ ଅଧିକ ସଂଖ୍ୟାରେ ରୋଜଗାର ଦେବା ପାଇଁ ପ୍ରୋତ୍ସାହନ ମିଳିବ। ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ ଏହି ଯୋଜନାର ଲାଭ ଚାକିରି କରିବାର ୨୪ ମାସ ପର୍ଯ୍ୟନ୍ତ ଆପଣ ଉଠାଇପାରିବେ। ଏଥିରେ ସରକାର କର୍ମଚାରୀଙ୍କ ଦରମାର ୨୪% ଅଂଶଦାନ କରିବେ। ଏବେ ଜାଣନ୍ତୁ କିପରି ଉଠାଇବେ ଲାଭ:

– ABRY ଯୋଜନାର ଲାଭ ସେହି କର୍ମଚାରୀ ଉଠାଇପାରିବେ ଯେଉଁମାନଙ୍କ ଦରମା ୧୫ ହଜାର ଟଙ୍କାରୁ କମ ଥିବ।
– ୧୫ ହଜାର ଟଙ୍କାରୁ ଅଧିକ ଦରମା ପାଇଲେ ସରକାର ଏହି ଭୁଗତାନ କରିବା ବନ୍ଦ କରିଦେବେ।
-ଏହାସହ ଯେଉଁ କମ୍ପାନୀରେ କର୍ମଚାରୀ ସଂଖ୍ୟା ହଜାରରୁ ଅଧିକ ହେବ ସେମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ।

ତେବେ ସୂଚନା ଅନୁଯାୟୀ ଏହି ଯୋଜାନ ଅନ୍ତର୍ଭୁକ୍ତ ୭୨ ଲକ୍ଷ ଲୋକଙ୍କୁ ଲାଭ ମିଳିବ। ସେମାନେ ରୋଜଗାର ପାଇପାରିବେ। ତେଣୁ ଡେରି ନକରି ଶୀଘ୍ର ଏହି ସ୍କିମର ଫାଇଦା ଉଠାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.