ବନ୍ଦ ହୋଇପାରେ ୨୦୦୦ ଟଙ୍କିଆ ନୋଟ୍, ଏହି ଗୁଜବ୍ ର ଏଭଳି ଜବାବ୍ ଦେଲା RBI

ବର୍ତ୍ତମାନ ଦେଶରେ ଅଧିକାଂଶ ବ୍ୟାଙ୍କର ଏଟିଏମରୁ ୨୦୦୦ଟଙ୍କିଆ ନୋଟ ବାହାରୁଛି। କିନ୍ତୁ ଆଉ କିଛି ଦିନ ପରେ ବ୍ୟାଙ୍କର ଏଟିଏମରୁ ୨୦୦୦ ଟଙ୍କିଆ ନୋଟ ବାହାରିବ ନାହିଁ ବୋଲି କୁହାଯାଉଛି। ଏବେ ଧୀରେ ଧୀରେ ଏହି ୨୦୦୦ଟଙ୍କିଆ ନୋଟକୁ ବ୍ୟାଙ୍କ ଏଟିଏମରୁ କମ୍ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି। ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକ୍ରମେ ପ୍ରଥମେ ଏହି କାମ ଭାରତୀୟ ଷ୍ଟେଟ ବ୍ୟାଙ୍କ କରୁଥିବା ଜଣାପଡ଼ିଛି।

RBIଆରବିଆଇର ନିର୍ଦ୍ଦେଶ ଅନୁସାରେ ଛୋଟ ଛୋଟ ସହରରେ ଥିବା ଏଟିଏମ ଗୁଡ଼ିକରୁ ୨୦୦୦ଟଙ୍କିଆ ନୋଟ ରହୁଥିବା ବକ୍ସକୁ ବାହାର କରାଯାଉଛି । କିନ୍ତୁ ବଡ଼ ସହରଗୁଡ଼ିକରେ ଏହି ପ୍ରକ୍ରୟାକୁ ଆରମ୍ଭ କରାଯାଇ ନଥିବା କୁହାଯାଇଛି। ୨୦୦୦ଟଙ୍କିଆ ବକ୍ସ ଜାଗାରେ ଏଟିଏମ୍ ରେ ଏସବିଆଇ ୧୦୦, ୨୦୦ ଓ ୫୦୦ ଟଙ୍କିଆ ବକ୍ସ ବୃଦ୍ଧି କରୁଥିବା ଜଣାଯାଇଛି ।

ଏହାସହ ପଢନ୍ତୁ: ଭାରତୀୟ ରିଜର୍ଭ ବ୍ୟାଙ୍କର ଦୀପାବଳି ଭେଟି, ଏଣିକି ଶସ୍ତା ହେବ ଗୃହ ଓ ଗାଡ଼ି ଋଣସୁଧହାର

ରିପୋର୍ଟ ଅନୁଯାୟୀ ଲୋକମାନଙ୍କ ମଧ୍ୟରେ ଏହି ଗୁଜବ ଖବର ନପହଞ୍ଚିବା ପାଇଁ ସରକାର ୨୦୦୦ଟଙ୍କିଆ ନୋଟ୍ ବନ୍ଦ କରିଛନ୍ତି। ଏହିକାରଣରୁ ଏହାକୁ ଧୀରେ-ଧୀରେ ଏଟିଏମ୍ ରୁ ବାହାର କରିବା ପାଇଁ ପ୍ରସ୍ତୁତି କରାଯାଉଛି। କିନ୍ତୁ ଆରବିଆଇ ଅଧୀକାରୀମାନେ ଏହି ସୂଚନାକୁ ଖାରଜ କରିଛନ୍ତି। ଏହି ଖବରକୁ ଆରବିଆଇ୍ ପକ୍ଷରୁ ଗୁଜବ କୁହାଯିବା ସହ ଏହା ସମ୍ପୂର୍ଣ୍ଣ ଭୁଲ୍ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ଆରବିଆଇ ପକ୍ଷରୁ କୌଣସି ବ୍ୟାଙ୍କକୁ ଏହି ପ୍ରକାର ଆଦେଶ ଜାରି କରାଯାଇନାହିଁ। ଆରବିଆଇ ଅଧିକାରୀଙ୍କ କହିବା ଅନୁଯାୟୀ ୨୦୦୦ ନୋଟ ପ୍ରଚଳନରେ ରହିଛି ଏବଂ ଆଗକୁ ମଧ୍ୟ ରହିବ। ଏଥିସହ ୨୦୦୦ ଟଙ୍କିଆ ନୋଟ କେତେ ପ୍ରଚଳନରେ ରହିଛି ତାହା ମଧ୍ୟ ଆରବିଆଇ ୱେବସାଇଡ୍ ରେ ଉପଲବ୍ଧ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.