Below header

LPG Offers: ୯ ଟଙ୍କାରେ ମିଳିବ ୮୦୯ ଟଙ୍କାର ଗ୍ୟାସ୍‌ ସିଲିଣ୍ଡର, ୩୦ ଏପ୍ରିଲ ଯାଏ ରହିଛି ମଉକା, ଏମିତି ଉଠାନ୍ତୁ ଫାଇଦା

ତୈଳ କମ୍ପାନୀଗୁଡ଼ିକ ଚଳିତ ମାସ ୧ ତାରିଖରେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟରେ ୧୦ ଟଙ୍କା କମାଇଥିଲେ। ଏଥିରୁ ଉପଭୋକ୍ତାମାନଙ୍କୁ ସାମାନ୍ୟ ଆଶ୍ୱସ୍ତୀ ମିଳିଥିଲା। କିନ୍ତୁ ବିନା ସବ୍‌ସିଡିଯୁକ୍ତ ୧୪.୨ କିଗ୍ରା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ଏବେ ବି ୮୦୯ ଟଙ୍କା ରହିଛି। ତେବେ ବର୍ତ୍ତମାନ ଆପଣଙ୍କ ପାଖରେ ୮୦୯ ଟଙ୍କାର ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ମାତ୍ର ୯ ଟଙ୍କାରେ ପାଇବାର ମଉକା ଅଛି। ଆସନ୍ତୁ ଜାଣିବା କେମିତି?

ଏଲ୍‌ପିଜି ବୁକିଂ ଓ ପେମେଣ୍ଟ ଉପରେ Paytm ନିଜ ଗ୍ରାହକମାନଙ୍କ ପାଇଁ ବମ୍ପର ଅଫର ଆଣିଛି। ଏହି ଅଫର ଅଧୀନରେ ଗ୍ରାହକମାନଙ୍କୁ ୮୦୯ ଟଙ୍କାର ଗ୍ୟାସ୍‌ ସିଲିଣ୍ଡର କେବଳ ୯ ଟଙ୍କାରେ ମିଳିପାରିବ। Paytm କ୍ୟାଶବ୍ୟାକ ଅଫରର ଘୋଷଣା କରିଛି। ଏହି କ୍ୟାଶବ୍ୟାକ ଅଫର ଅଧୀନରେ ଯଦି କେହି ଗ୍ରାହକ ୮୦୯ ଟଙ୍କାର ଗ୍ୟାସ୍‌ ସିଲିଣ୍ଡର ବୁକ୍‌ କରିବେ, ତ ତାଙ୍କୁ ୮୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ମିଳିପାରିବ।

Paytmରେ କେମିତି ମିଳିବ କ୍ୟାଶବ୍ୟାକ

ଯଦି ଆପଣ Paytmର ଏହି ଅଫରର ଲାଭ ଉଠାଇବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ପାଖରେ ୩୦ ଏପ୍ରିଲ ପର୍ଯ୍ୟନ୍ତ ମଉକା ରହିଛି। ଏହି ଅଫର କେବଳ ସେହି ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ, ଯେଉଁମାନେ ପ୍ରଥମ ଥର ଏଲ୍‌ପିଜି ସିଲିଣ୍ଡର ବୁକିଂ ଓ ପେମେଣ୍ଟ Paytmରୁ କରିବେ।

ଯେବେ ଆପଣ ସିଲିଣ୍ଡର ବୁକିଂ ଓ ପେମେଣ୍ଟ କରିବେ, ତ ଅଫର ଅଧୀନରେ ଆପଣଙ୍କୁ ଏକ ସ୍କ୍ରାଚ୍‌ କାର୍ଡ ମିଳିବ, ଯାହାର କ୍ୟାଶବ୍ୟାକ ମୂଲ୍ୟ ୮୦୦ ଟଙ୍କା ରହିଛି। ଏହି ଅଫର ଆପେ ହିଁ ପ୍ରଥମ ଏଲ୍‌ପିଜି ସିଲିଣ୍ଡର ବୁକିଂ ଉପରେ ଆପ୍ଲାଏ ହୋଇଯିବ। ଏହି ଅଫର ନ୍ୟୂନତମ ୫୦୦ ଟଙ୍କାର ପେମେଣ୍ଟ ଉପରେ ଆପ୍ଲାଏ ହେବ। କ୍ୟାଶବ୍ୟାକ ପାଇଁ ଆପଣଙ୍କୁ ସ୍କ୍ରାଚ୍‌ କାର୍ଡ ଖୋଲିବାକୁ ହେବ, ଯାହା ବିଲ୍‌ ପେମେଣ୍ଟ ପରେ ଆପଣଙ୍କୁ ମିଳିବ। କ୍ୟାଶବ୍ୟାକ ରାଶି ୧୦ ଟଙ୍କାରୁ ନେଇ ୮୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ସ୍କ୍ରାଚ୍‌ କାର୍ଡକୁ ଆପଣଙ୍କୁ ୭ ଦିନ ଭିତରେ ଖୋଲିବାକୁ ହେବ। ଏହାପରେ ଏହାକୁ ଆଉ ବ୍ୟବହାର କରିପାରିବେ ନାହିଁ।

କେମିତି କରିବେ ଏଲ୍‌ପିଜି ବୁକିଂ ଓ ପେମେଣ୍ଟ

ଏହି ଅଫରର ଲାଭ ଉଠାଇବା ପାଇଁ ପ୍ରଥମେ ଆପଣଙ୍କୁ ନିଜ ମୋବାଇଲ ଫୋନରେ Paytm App ଡାଉନଲୋଡ କରିବାକୁ ହେବ। ଏହାପରେ ନିଜ ଗ୍ୟାସ୍‌ ଏଜେନ୍ସିରୁ ସିଲିଣ୍ଡର ବୁକିଂ କରିବାକୁ ହେବ। ଏଥିପାଇଁ Paytm Appରେ Show moreକୁ ଯାଇ କ୍ଲିକ୍‌ କରନ୍ତୁ। ପୁଣି Recharge and Pay Bills ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ଆପଣଙ୍କୁ book a cylinderର ବିକଳ୍ପ ଦେଖାଯିବ। ସେଠାକୁ ଯାଇ ଆପଣ ନିଜ ଗ୍ୟାସ୍‌ ପ୍ରୋଭାଇଡରକୁ ସିଲେକ୍ଟ କରନ୍ତୁ। ବୁକିଂ ପୂର୍ବରୁ ଆପଣଙ୍କୁ FIRSTLPGର ପ୍ରୋମୋ କୋଡ୍‌ ଦେବାକୁ ହେବ। ବୁକିଂର ୨୪ ଘଣ୍ଟା ଭିତରେ ଆପଣଙ୍କୁ କ୍ୟାଶବ୍ୟାକର ସ୍କ୍ରାଚ୍‌ କାର୍ଡ ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.