Below header

ସାମସଙ୍ଗ ଲଞ୍ଚ କଲା ୨୧୯ ଇଞ୍ଚର ଟିଭି, ଏବେ ଘରେ ବସି ନିଅନ୍ତୁ ଥିଏଟରର ମଜା

ଟେଲିଭିଜନ୍ ଦୁନିଆରେ ବିପ୍ଳବ ଆଣିଲା ସାମସଙ୍ଗ । ଲଞ୍ଚ କଲା ୨୧୯ ଇଞ୍ଚର ଏକ ବିଶାଳକାୟ ଟିଭି । ଲସ୍ ଭେଗସରେ ଏହାର ପ୍ରଥମ ଝଲକ ଦେଖାଇସାରିଲାଣି କମ୍ପାନୀ । ସାମସଙ୍ଗର ଏହି ଟିଭିରେ ମାଇକ୍ରୋଏଲଇଡି ପ୍ୟାନେଲ୍ ଡିସପ୍ଲେ ଅଛି । ସବୁଠାରୁ ଖାସ୍ କଥା ହେଉଛି ଏହି ଟିଭିରେ ଗୁଗଲ୍ ଏବଂ ଆମାଜନ ଏଲେକ୍ସାର ସପୋର୍ଟ ରହିଛି । ଯାହା ଆପଣ ଆଉ ରିମୋଟ୍ ଦବାଇ ନୁହେଁ ବରଂ କହିକି ଟିଭିକୁ କମାଣ୍ଡ ଦେଇପାରିବେ । ଏହା ସହ ଏଥିରେ ରହିଛି ସ୍ମାର୍ଟ ସ୍ପିକର୍ସର ସପୋର୍ଟ ।

୨୧୯ ଇଞ୍ଚ ବିଶିଷ୍ଟ ଏହି ଟିଭିର ନାଁ ରହିଛି The Wall ୨୦୧୯ । ତେବେ ଏହି ଟିଭିର ମୂଲ୍ୟ କେତେ ରହିଛି ତାହା ଏଯାଏଁ ଖୁଲାସା କରିନି କମ୍ପାନୀ । ଏହା ପୂର୍ବରୁ କମ୍ପାନୀ ଦ ୱାଲ୍ ଟିଭି ଆଣିଥିଲା ଯାହା ୧୪୬ ଇଞ୍ଚର ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.