୪୦ କୋଟି ଗ୍ରାହକଙ୍କୁ ସତର୍କ କଲା SBI ! ବନ୍ଦ ହୋଇଯିବ ଆପଣଙ୍କ ବ୍ୟାଙ୍କ ସେବା ,ଜାଣନ୍ତୁ କାହିଁକି

ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନିୟମ ଜାରି କରିଥାନ୍ତି। ଯେମିତି ଲୋକମାନଙ୍କର ଅସୁବିଧା ନହୁଏ, ସେଥିପାଇଁ କଡା ବ୍ୟବସ୍ଥା କରିଥାନ୍ତି। ତେବେ ବର୍ତ୍ତମାନ ୪୦ କୋଟି ଲୋକଙ୍କୁ ଏସବିଆଇ ସତର୍କ କରିଛି ଯେ ବ୍ୟାଙ୍କ ସେବା ବନ୍ଦ ହୋଇପାରେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଜାଣିବା। ସୂଚନା ଅନୁସାରେ, ଦେଶର ସବୁ ଠାରୁ ଅଧିକ ଟ୍ରାଞ୍ଜାକ୍ସନ ଦେଉଥିବା ବ୍ୟାଙ୍କ ହେଉଛି ଏସବିଆଇ ବ୍ୟାଙ୍କ । ଏହି ଏସବିଆଇ ବ୍ୟାଙ୍କ ନିଜର ୪୦ କୋଟି ଗ୍ରାହକ ମାନଙ୍କୁ ସତର୍କ ସୂଚନା ଜାରି କରାଇଛି।

ଏସବିଆଇର ବ୍ୟାଙ୍କ ଏକ ନୂଆ ନିଷ୍ପତ୍ତି ନେଇଛି। ଆଧାର ନମ୍ବର ସହିତ ପ୍ୟାନ କାର୍ଡ ଲିଙ୍କ କରିବାକୁ ୨୦୨୨ ମସିହା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ କରିବା ପାଇଁ ନୋଟିସ ଜାରି କରିଛି। ଏଥି ସହିତ ମଧ୍ୟ ଯଥା ଶୀଘ୍ର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ କରିବାକୁ ନିର୍ଦେଶ ଜାରି କରିଛି। ତେବେ ଏସବିଆଇ ବ୍ୟାଙ୍କ ଯେଉଁ ସମୟ ଦେଇଛି ସେହି ସମୟ ସୁଦ୍ଧା ଯଦି କାର୍ଯ୍ୟ ନକରାଗଲେ ତେବେ ଗ୍ରାହକଙ୍କ ବ୍ୟାଙ୍କ ସେବା ଯଥା ଶୀଘ୍ର ବନ୍ଦ ହୋଇଯିବ। ଏହା ଏସବିଆଇ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି।

ଆଧାର କାର୍ଡ ସହିତ କିପରି ଭାବରେ ପ୍ୟାନ କାର୍ଡ ଲିଙ୍କ କରିବେ ଅସାନ୍ତୁ ଜାଣିବା :- ପ୍ରଥମେ ଇନକମ ଟ୍ୟାକ୍ସର ୱେବସାଇଡକୁ ଯାଆନ୍ତି ଓ ଏହା ପରେ

WWW.incometaxindiaefiling.gov.in/home

ସାଇଟର ବାମ ପଟେ ଆପଣଙ୍କୁ ଲିଙ୍କ ଆଧାରର ଏକ ବିକଳ୍ପ ଦେଖା ଯିବ, ତାହା ଉପରେ କ୍ଲିକ କରି ନିଅନ୍ତୁ।

ଏହା ପରେ ସେଠାରେ ଏକ ନୂଆ ପେଜ ଓପନ ହେବ, ଯେଉଁଥରେ ଆଧାର କାର୍ଡ ଓ ପ୍ୟାନ କାର୍ଡ଼ରେ ଆପଣଙ୍କ ନାଁ ଲେଖୁବାକୁ ପଡିବ।

ଯଦି ଆଧାର କାର୍ଡ଼ରେ ଖାଲି ଜନ୍ମ ତାରିଖ ରହିଥିବା, ତା’ହେଲେ I have only year of birth in aadhaar card’ ବକ୍ସ ଉପରେ ଟିକ ଚିହ୍ନ ମାରିବେ ।

ଏହା ପରେ ମୋବାଇଲ ନମ୍ବରକୁ ଆସିଥିବା ଓଟିପିକୁ ପୁରଣ କରିବେ ଓ ଏହା ପରେ ଲିଙ୍କ ଆଧାର ଅପ୍ସନ ଉପରେ କ୍ଲିକ କରିବେ, ତା’ ପରେ ଆଧାର ଓ ପ୍ୟାନ କାର୍ଡ ଲିଙ୍କ ହୋଇଯିବ।

ତେବେ ଆସନ୍ତୁ ଆଧାର କାର୍ଡ ଓ ପ୍ୟାନ କାର୍ଡର ଦ୍ବିତୀୟ ପ୍ରଣାଳୀ ଜାଣିବା :-

ଏହି ଲିଙ୍କ ପ୍ରଣାଳୀ ଏସଏମଏସ ଦ୍ବାରା ମଧ୍ୟ ହୋଇ ପାରିବ।

ନିଜ ମୋବାଇଲର ମେସେଜ ବକ୍ସକୁ ଯାଇ ଏହା ଟାଇପ କରନ୍ତୁ UIDPAN<12-digit Aadhaar><10 digit PAN>

ଏହି ମେସେଜକୁ ୫୬୭୬୭୮ , ୫୬୧୬୧ ଏହି ନମ୍ବରରେ ଯଥା ଶୀଘ୍ର ପଠାଇ ଦିଅନ୍ତୁ ।

ଏତିକି କାର୍ଯ୍ୟ କରିଦେଲେ ଆଧାର କାର୍ଡ ସହିତ ପ୍ୟାନ କାର୍ଡ ଲିଙ୍କ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.