ଯଦି ଆପଣ ଏସ୍‌ବିଆଇ ଗ୍ରାହକ : ଜାଣି ରଖନ୍ତୁ, ୮ ନଭେମ୍ବରରେ ହୋଇପାରେ ଏହିସବୁ ଅସୁବିଧା

ଯଦି ଆପଣ ଦେଶର ସବୁଠୁ ବଡ ବ୍ୟାଙ୍କ୍‌ ଏସ୍‌ବିଆଇର ଗ୍ରାହକ । ତେବେ ସତର୍କ ହୋଇଯାଆନ୍ତୁ । ଆଗାମୀ ୮ ତାରିଖ ରବିବାର ଆପଣଙ୍କୁ ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍‌ରେ ହୋଇପାରେ ବଡ ଅସୁବିଧା । କାରଣ ଏସ୍‌ବିଆଇ ତା’ର ଗ୍ରାହକଙ୍କୁ ଭଲ ଇଣ୍ଟନେଟ ସୁବିଧା ଦେବା ପାଇଁ ରବିବାର ଇଣ୍ଟରନେଟ ବ୍ୟାଙ୍କିଙ୍ଗ୍‌ ପ୍ଲାଟ୍‌ଫର୍ମକୁ ଅପ୍‌ଡେଟ୍‌ କରିବାକୁ ଯାଉଛି ।

ଏଥିପାଇଁ ଏସ୍‌ବିଆଇ ଗ୍ରାହକଙ୍କୁ ୮ ନଭେମ୍ବର ଦିନ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌, ଏସ୍‌ବିଆଇୟାନୋ ଓ ୟାନୋ ଲାଇଟ୍‌ ସେବାରେ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିପାରେ ।ଏସ୍‌ବିଆଇର ବାଲାନ୍ସ ସେବା ଜାଣିବା ପାଇଁ ଆପଣ ରେଜିଷ୍ଟର ମୋବାଇଲ୍‌ ନମ୍ବରରୁ ଟୋଲ୍‌ ଫ୍ରି ନମ୍ବର ‘୯୨୨୩୭୬୬୬୬୬’ରେ ମିସ୍‌ଡ୍‌ କଲ୍‌ କରନ୍ତୁ ।

 


ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଜାଣିବା ପାଇଁ ୦୯୨୨୩୭୬୬୬୬୬ ରେ ‘BAL’ ଲେଖି ଏସ୍‌ଏମ୍‌ଏସ୍‌ ପଠାନ୍ତୁ । ଏହା ପରେ ଆପଣଙ୍କୁ ବାଲାନ୍ସ ବିଷୟରେ ମେସେଜ୍‌ ଆସିଯିବ । ତେବେ ଏହି ସୁବିଧା ପାଇଁ ଆପଣଙ୍କ ମୋବାଇଲ୍‌ ନମ୍ବର ବ୍ୟାଙ୍କରେ ରେଜିଷ୍ଟର ହେବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.