ସାତ ବର୍ଷ ପରେ Gmailର ଲୋଗୋ ପରିବର୍ତ୍ତନ କରିଛି ଗୁଗୁଲ । Gmail ସହିତ ଗୁଗୁଲ୍ ଏହାର ଅନେକ ପ୍ରଡକ୍ଟର ଲୋଗୋରେ ପରିବର୍ତ୍ତନ ଆଣିଛି । ଗୁଗୁଲ ଲୋଗୋ ବଦଳାଇଥିବା ଆପ୍ସ ମଧ୍ୟରେ ଗୁଗୁଲସର୍ଚ୍ଚ, ମ୍ୟାପ୍ସ, ଡ୍ରାଇଭ୍, ମିଟ୍, ଫଟୋଜ, କ୍ୟାଲେଣ୍ଡର, ସପିଂ, ଗୁଗୁଲ୍ ଫିଟ୍, ଗୁଗୁଲ୍ ଲେନ୍ସ, ଗୁଗୁଲ୍ ପୋଡକାଷ୍ଟ, ଗୁଗୁଲ୍ ୱାନ୍, ଗୁଗୁଲ୍ ହୋମ୍ ଆପ୍, ଗୁଗୁଲ୍ ଫାଇ, ଗୁଗୁଲ୍ ଫାଇଲ୍, ୱିଅର OS ବାଏ ଗୁଗୁଲ୍ ଏବଂ ଗୁଗୁଲ୍ ପେ ରହିଛି । ତେବେ ସୋସିଆଲ ମିଡିଆରେ ଗୁଗୁଲର ଏହି ନିଷ୍ପତ୍ତିକୁ ବିରୋଧ କରାଯାଉଛି ଏବଂ ଲୋକମାନେ ଏହାର ମଜାକ ମଧ୍ୟ ଉଡାଉଛନ୍ତି ।
ଅନେକ ଆପ୍ସର ଲୋଗୋ ବଦଳିବା ପରେ ୟୁଜର୍ସମାନେ ନିଜ ଫୋନରେ Gmail, ଡ୍ରାଇଭ୍ ଭଳି ଆପକୁ ଖୋଜିବାକୁ ପଡୁଛି । ନୂଆ ଗୁଗୁଲ୍ ପେ ଲୋଗୋ କେବଳ ଭାରତରେ କିଛି ୟୁଜର୍ସଙ୍କ ପାଇଁ ବଦଳିଛି । ଗୁଗୁଲ୍ ପେ ର ନୂଆ ଲୋଗୋରେ ଚାରୋଟି ରଙ୍ଗ ରହିଛି, ଯଥା ନୀଳ, ସବୁଜ, ହଳଦିଆ ଏବଂ ଲାଲ୍ । ବିଶେଷ କଥା ହେଉଛି ଗୁଗୁଲ ଏହି ରଙ୍ଗଗୁଡ଼ିକୁ ଏହାର ସମସ୍ତ ଲୋଗୋରେ ଅନ୍ତର୍ଭୁକ୍ତ କରିଛି, ଯଦିଓ ଗୁଗୁଲ ଦୀର୍ଘ ସମୟ ପରେ ଲୋଗୋ ଏବଂ ଆପର ଡିଜାଇନ୍ ପରିବର୍ତ୍ତନ ପଛର କାରଣ ଦେଇନାହିଁ।
I have straight up given up trying to “find” the google maps icon on my phone and just trust I’m biking in the right direction. I am free!!!! https://t.co/2i3OgZPx6O
— Jennifer Daniel (@jenniferdaniel) October 27, 2020
ଗୁଗୁଲ ଆପ ଗୁଡିକର ନୂଆ ଲୋଗୋ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ୟୁଜର ଏହି ପରିବର୍ତ୍ତିତ ଲୋଗୋକୁ ନେଇ ଥଟ୍ଟା କରିବା ଆରମ୍ଭ କରିଦେଇଛନ୍ତି । କାରଣ ଏହି ନୂଆ ଲୋଗୋ ଗୁଡିକ ପ୍ରଥମ ଦେଖାରେ ଆକର୍ଷିତ ଲାଗୁନାହାଁନ୍ତି । Gmail ର ନୂତନ ଲୋଗୋକୁ ଅନେକ ଉପଭୋକ୍ତା କନଫ୍ୟୁଜିଙ୍ଗ ବୋଲି ବର୍ଣ୍ଣନା କରିଛନ୍ତି । ଏମିତିକି ଅନେକ ଉପଭୋକ୍ତା କହିଛନ୍ତି ଯେ 2020 ପୂର୍ବରୁ ହିଁ ଏତେ ଖରାପ ଚାଲିଛି ଏବଂ Gmailର ନୂଆ ଲୋଗୋ ଏହାକୁ ଆହୁରି ଖରାପ କରିଦେଇଛି ।
2013 ରେ ବଦଳିଥିଲା ଲୋଗୋ
ତେବେ ଏଠାରେ କହିରଖିବୁ ଯେ ଏହା ପୂର୍ବରୁ 2013 ରେ ଗୁଗୁଲ୍ Gmail ର ଲୋଗୋ ପରିବର୍ତ୍ତନ କରିଥିଲା । ବର୍ତ୍ତମାନ ସାତ ବର୍ଷ ପରେ Gmail ର କ୍ଲାସିକ୍ ଲୋଗୋ ପୁଣି ବଦଳିଛି । ଏହାପୂର୍ବରୁ, Gmail ଲୋଗୋ ଏହାର ନାଲି ରଙ୍ଗର ଏକ କନ୍ଫ୍ଲେଟ୍ ପରି ଥିଲା ଯାହା ବର୍ତ୍ତମାନ ଅଦୃଶ୍ୟ ହୋଇଯାଇଛି । ନୂତନ ଲୋଗୋ ହେଉଛି M, ଯାହାର ପ୍ରଥମ ଧାଡ଼ି ନୀଳ ରଙ୍ଗରେ, ମଧ୍ୟମ ରେଖା ଲାଲ୍ ଏବଂ ଦ୍ୱିତୀୟ ଧାଡ଼ି ସବୁଜ ରଙ୍ଗରେ ପରିପୂର୍ଣ୍ଣ । M ର ଡାହାଣ ପାର୍ଶ୍ୱରେ ହଳଦିଆ ରଙ୍ଗ ମଧ୍ୟ ରହିଛି ।