Below header

କରଜ ଟଙ୍କା ଦେଇ ନ ପାରିବାରୁ ଆଦିବାସୀ ଶ୍ରମିକଙ୍କୁ ଜାଳିଦେଲେ ଜିଅନ୍ତା

ଗୁନା : ହଜି ଗଲାଣି ମାନବିକତା । ମଣିଷ ମଧ୍ୟରେ ଦୟା-ଧର୍ମର ଘଟିଲାଣି ବିଲୟ । ଅର୍ଥ ପାଖରେ ବନ୍ଧାପଡିଛି ବିବେକ । ସାମାନ୍ୟ କିଛି ଟଙ୍କାକୁ ନେଇ ଜଣେ ଶ୍ରମିକଙ୍କୁ ଜିଅନ୍ତା ଜାଳି ଦିଆଯାଇଥିବା ଖବର ଜଣାପଡ଼ିଛି ମଧ୍ୟପ୍ରଦେଶରେ ।

ସୂଚନାନୁଯାୟୀ, ମଧ୍ୟପ୍ରଦେଶ ଗୁନା ଜିଲ୍ଲାରେ ଜଣେ ଆଦିବାସୀ ଯୁବକଙ୍କୁ ଜଣେ ବ୍ୟକ୍ତି କିରାସିନ ଢ଼ାଳି ନିଆଁ ଲଗାଇ ଦେଇଥିବା ଖବର ଜଣାପଡ଼ିଛି । ଆଦିବାସୀ ଯୁବକଙ୍କ ନାମ ବିଜୟ ସହରିଆ । ସେ ରାଧେଶ୍ୟାମ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ କିଛି ଟଙ୍କା କରଜ କରିଥିଲେ । ହେଲେ ଠିକ୍‌ ସମୟରେ ଟଙ୍କା ଫେରାଇ ପାରି ନଥିଲେ ।

guna

ଫଳରେ ଏଥିରେ ଉତ୍ୟକ୍ତ ହୋଇ ରାଧେଶ୍ୟାମ ବିଜୟଙ୍କ ଉପରେ କିରାସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ବିଜୟଙ୍କୁ ଜିଲ୍ଲା ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ବିଜୟଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ପୂର୍ବରୁ ବିଜୟ ଅଭିଯୁକ୍ତର ନାମ ରାଧେଶ୍ୟାମ୍‌ କହି ଯାଇଥିବା ଜଣାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ସହ ଅଭିଯୁକ୍ତ ରାଧେଶ୍ୟାମକୁ ଖୋଜୁଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.