ବ୍ୟାଙ୍କ ଯିବାର ନାହିଁ କି ଡକ୍ୟୁମେଣ୍ଟର ଆବଶ୍ୟକତା ନାହିଁ, ଘରେ ବସି ନିଅନ୍ତୁ ୫୦ ହଜାର ଟଙ୍କା ଲୋନ୍‌

କଣ ଆପଣ ବ୍ୟବସାୟ କରିବାକୁ ଚାହୁଁଛନ୍ତି ? ବ୍ୟାଙ୍କରୁ ଲୋନ ନେବା କଥା ଭାବୁଛନ୍ତି? ତାହେଲେ ଏଥିରେ ଆପଣଙ୍କୁ ସାହାଯ୍ୟ କରିବ ଏସବିଆଇ ଇ-ମୁଦ୍ରା ଲୋନ। ଦର୍ଶକବନ୍ଧୁ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ସାଧାରଣତଃ ଲୋକଙ୍କୁ ଲୋନର ଆବଶ୍ୟକତା ପଡିଥାଏ, କିନ୍ତୁ ବ୍ୟାଙ୍କର ଅନେକ କାଗଜପତ୍ର ଝିନଝଟ କାରଣରୁ କିଛି ଲୋକ ଲୋନ ନେଇପାରନ୍ତିନାହିଁ। ଏଥିପାଇଁ ଲୋକଙ୍କ ସୁବିଧା ପାଇଁ ଏସବିଆଇ ଏକ ଖାସ୍‌ ସ୍କିମ ନେଇ ଆସିଛି। ଯାହାର ନାମ ଏସବିଆଇ ଇ-ମୁଦ୍ରା ଲୋନ। ଏଥିରେ ଲାଭାର୍ଥୀଙ୍କୁ ବିନା କୌଣସି ଡକ୍ୟୁମେଣ୍ଟରେ ୫୦,୦୦୦ ଟଙ୍କା ପଯ୍ୟର୍ନ୍ତ ଲୋନ ବହୁତ ସହଜରେ ମିଳିପାରିବ। ସବୁଠୁ ଖାସ୍‌ ଆଉ ବଢ଼ିଆ କଥା ହେଉଛି ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ଯିବାର ଆବଶ୍ୟକତା ମଧ୍ୟ ପଡିବନାହିଁ। ଆପଣ ଘରେ ବସି ମାତ୍ର କେଇ ମିନିଟରେ ଲୋନ୍‌ ନେଇପାରିବେ। ଏହି ଲୋନର ସବୁଠାରୁ ଅଧିକ ଫାଇଦା ଏବଂ ମଧ୍ୟମ ବର୍ଗର ବେପାରୀଙ୍କୁ ମିଳିବ।

କଣ ଏହି ଇ-ମୁଦ୍ରା ଲୋନ୍‌?

ଇ-ମୁଦ୍ରା ଲୋନର ଅର୍ଥ ମାଇକ୍ରୋ ୟୁନିଟ୍ସ ଡେଭଲପମେଣ୍ଟ ରିଫାଇନାନ୍ସ ଏଜେନ୍ସୀ। ଏହା ଅନୁଯାୟୀ ବ୍ୟାଙ୍କ୍‌ ତରଫରୁ ମାଇକ୍ରୋ, ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜ (ଏମଏସଏମଇ) ବର୍ଗର ଲୋକଙ୍କ ପାଇଁ ଦିଆଯାଇଥାଏ। ଯଦି ଆପଣ ଏସବିଆଇରେ ସେଭିଙ୍ଗ ଆକାଉଣ୍ଟ କିମ୍ବା କରେଣ୍ଟ ଆକାଉଣ୍ଟ ହୋଲଡର ତାହେଲେ ଆପଣ ଏସବିଆଇରେ ୫୦ ହଜାର ଟଙ୍କା ପଯ୍ୟର୍ନ୍ତ ଇ-ମୁଦ୍ରା ଲୋନ ନେଇପାରିବେ। ଆବେଦନ ପାଇଁ ଆପଣ କୌଣସି ସରକାରୀ ଅଫିସ ନୁହେଁ ବରଂ ଘରେ ବସି ଅତି ସହଜରେ ଅନଲାଇନରେ ଆପ୍ଲାଏ କରିପାରିବେ।

ଲୋନ୍‌ ସହ ଜଡିତ ଜରୁରୀ କଥା

  1. ଏସବିଆଇର ଇ-ମୁଦ୍ରା ଲୋନରେ ଆବେଦନ କରିବା ପାଇଁ ଆପଣଙ୍କୁ ଏକ ଛୋଟ ବ୍ୟବସାୟୀ ହେବା ଜରୁରୀ। ଏହାସହିତ ଏସବିଆଇରେ ଆପଣଙ୍କୁ ସେଭିଙ୍ଗ କିମ୍ବା କରେଣ୍ଟ ଆକାଉଣ୍ଟ ହେବା ଉଚିତ। ଯାହା ଅତି କମରେ ଛଅ ମାସ ପୁରୁଣା ହୋଇଥିବ।
  2. ଲୋନ ମ୍ୟାକ୍ସିମମ୍‌ ପାଞ୍ଚ ବର୍ଷ ପାଇଁ ନେଇପାରିବେ। ଏଥିରେ ଆପଣଙ୍କୁ ୫୦ ହଜାର ଟଙ୍କାର ଲୋନ ଘରେ ବସି ମିଳିପାରିବ। ଏଥିରେ ଆପଣ ମ୍ୟାକ୍ସିମମ୍‌ ଏକ ଲକ୍ଷ ଟଙ୍କା ନେଇପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ୍‌ ଯିବାକୁ ପଡିବ।
  3. ଇ-ମୁଦ୍ରା ପୋର୍ଟାଲ ଯାଇ ଆପଣ ଲୋନ ପାଇଁ ଆବେଦନ କରିପାରିବେ। ବ୍ୟାଙ୍କ ତରଫରୁ ଲୋନ ପାସ୍‌ ହେବାଦ୍ୱାରା ଆପଣଙ୍କ ମୋବାଇଲ ନମ୍ବରକୁ ଏକ ମେସେଜ୍‌ ଆସିବ।

Money-At-Homeତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଯଦି ଆପଣ ୫୦ ହଜାରରୁ କମ୍‌ ଟଙ୍କା ଲୋନ ନେଉଛନ୍ତି ତାହେଲେ ଏଥିପାଇଁ କୌଣସି ଡକ୍ୟୁମେଣ୍ଟ ଜମା କରିବାକୁ ପଡିବନି। ୫୦ ହଜାରରୁ ଅଧିକ ଟଙ୍କାର ଲୋନ୍‌ ନେଲେ ଡକ୍ୟୁମେଣ୍ଟ ଦରକାର ପଡିବ। ଏହି କାଗଜ ପତ୍ର ମଧ୍ୟରୁ ଆପଣଙ୍କ ସେଭିଙ୍ଗ ଆକାଉଣ୍ଟ କିମ୍ବା କରେଣ୍ଟ ଆକାଉଣ୍ଟ ନମ୍ବର, ବ୍ରାଞ୍ଚ ଡିଟେଲ, ଆପଣ ଯେଉଁ ବ୍ୟବସାୟ କରିବାକୁ ଚାହୁଁଛନ୍ତି ତାହାର ପ୍ରମାଣ ପତ୍ର, ଅଧାର କାର୍ଡ, ଜାତି ପ୍ରମାଣ ପତ୍ର, ଜିଏସଟିଏନ ନମ୍ବର ଏବଂ ଇଣ୍ଡଷ୍ଟ୍ରୀ ଆଧାର ନମ୍ବର କିମ୍ବା ଦୋକାନ କିମ୍ବା ୟୁନିଟର ପ୍ରମାଣ ପତ୍ର ସାମିଲ ରହିବ।

ଜାଣିଲେ ତ ଏହି ଲୋନ ଆପଣଙ୍କୁ କେତେ ସାହାଯ୍ୟ କରିପାରିବ ଆପଣଙ୍କ ବ୍ୟବସାୟରେ। ଯଦି ଆପଣ ନୂତନ ବ୍ୟବସାୟ କରିବାକୁ ଚାହୁଁଛନ୍ତି ତାହେଲେ ଏହି ସ୍କିମ ଆପଣଙ୍କୁ ବହୁତ ସହଯୋଗ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.