ପାର୍ବଣ ଆରମ୍ଭରୁ ହୋମ,କାର ଓ ପର୍ସନାଲ ଲୋନରେ SBI ଦେଉଛି ସୁନ୍ଦର ଅଫର, ଜାଣନ୍ତୁ କ’ଣ ?
ନୂଆଦିଲ୍ଲୀ : ପାର୍ବଣ ଋତୁ ଆରମ୍ଭ ହେଉ ହେଉ SBI ତା’ର ଗ୍ରାହକଙ୍କ ପାଇଁ ବିଭିନ୍ନ ଲୋନ ଉପରେ ଆଣିଛି ସୁନ୍ଦର ଅଫର । ବ୍ୟାଙ୍କ ତା’ର ଟ୍ଵିଟର ଆକାଉଣ୍ଟରେ ଏହି ସୂଚନା ଦେଇଛି । ଏସବିଆଇ ହୋମ୍ ଲୋନ, କାର ଲୋନ ଓ ପର୍ସନାଲ ଲୋନ୍ ଉପରେ ଏହି ଅଫର ଦେଉଛି । ଏସବିଆଇର ଅଫିସିଆଲ େଓ୍ଵବସାଇଟକୁ ଯାଇ ଗ୍ରାହକ ଅଧିକ ସୂଚନା ପାଇପାରିବେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।
Kick-start your celebrations this festive season with SBI Home Loan and enjoy the exciting benefits on YONO SBI.
Know More & Apply Now: https://t.co/L7SN4HqGFg#SBI #StateBankOfIndia #HomeLoan #HarTyohaarShubhShuruaat #YONOSBI pic.twitter.com/VcsmBxfnAg— State Bank of India (@TheOfficialSBI) September 23, 2021
ଏସବିଆଇ କାର୍ ଲୋନରେ ପ୍ରତି ଲକ୍ଷ ଟଙ୍କାରେ ୧୫୩୯ ଟଙ୍କା, ପର୍ସନାଲ ଲୋନ୍ରେ ପ୍ରତି ଲକ୍ଷ ଟଙ୍କାରେ ୧୮୩୨ ଟଙ୍କା ଓ ଗୋଲ୍ଡ ଲୋନରେ ୭.୫ ପ୍ରତିଶତ ସୁଧ ରେଟ ଦେଉଛି । ଯଦି ଆପଣ ଏସବିଆଇ ର ଏହି ଅଫର ଫାଇଦା ଉଠାଇବାକୁ ଚାହୁଁଛନ୍ତି ତେବେ ଏହି ଲୋନ ପାଇଁ ଏସବିଆଇ ର ଅଫିସିଆଲ େଓ୍ଵବସାଇଟ homeloans.sbi ଏବଂ ୟାନୋ ଆପ୍ ସହାୟତାରେ ଅଧିକ ସୂଚନା ପାଇପାରିବେ ।