ଘରେ ହିଁ ଏହି ପ୍ରକାରେ ପ୍ରସ୍ତୁତ କରନ୍ତୁ ଗ୍ରୀନ ଟି ହର୍ବାଲ ଶାମ୍ପୋ, କେଶ ହେବ ଘନ ଓ କଳା
କେଶର ଠିକ ଦେଖାଶୁଣା ପାଇଁ ହେୟାର ୱାଶ ବହୁତ ଜରୁରୀ ହୋଇଥାଏ। ଆଜିକାଲି ମାର୍କେଟରେ ଅନେକ ପ୍ରକାରର ଶାମ୍ପୋ ମିଳୁଛି, ଯେଉଁଥିରେ କେମିକାଲ ମାତ୍ରା ବହୁତ ଅଧିକ ପରିମାଣରେ ରହୁଛି। ଏମିତିରେ ଜରୁରୀ କି, ଆପଣ ହର୍ବାଲ ଶାମ୍ପୋ ବ୍ୟବହାର କରନ୍ତୁ। ଏହାକୁ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରି ପାରିବେ। ଆଜି ଆମେ ଆପଣଙ୍କୁ ଗ୍ରୀନ ଟି ହର୍ବାଲ ଶାମ୍ପୋ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା ଏହାକୁ ବନାଇବାର ତରିକା।
ସାମଗ୍ରୀ
ଗ୍ରୀନ ଟି ପତ୍ର
ପିପରମିଣ୍ଟ ଅଏଲ
ଲେମ୍ବୁ ରସ
ନଡ଼ିଆ ତେଲ
ମହୁ
ଆପଲ ସାଇଡର ଭିନେଗାର
ବନାଇବାର ବିଧି
ପ୍ରଥମେ ଗ୍ରୀନ ଟି ପତ୍ରକୁ ଶୁଖାଇ ପାଉଡର ବନାଇ ନିଅନ୍ତୁ। ଏଥିରେ ୧ ଚାମଚ ଆପଲ ସାଇଡର ଭିନେଗାର ମିଶାନ୍ତୁ। ଏହି ମିଶ୍ରଣରେ ପିପରମିଣ୍ଟ ଅଏଲର ଦୁଇ ବୁନ୍ଦା ମିଶାନ୍ତୁ। ଏହାପରେ ଏହି ମିଶ୍ରଣରେ ଲେମ୍ବୁ ରସ, ନଡ଼ିଆ ତେଲ ଓ ମହୁ ମିକ୍ସ କରି ନିଅନ୍ତୁ।
ଫାଇଦା
ଗ୍ରୀନ ଟିରେ ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ ବି, ଭିଟାମିନ ସି, ଏମିନୋ ଏସିଡ, ଜିଙ୍କ ଭଳି ପୋଷାକ ତତ୍ତ୍ୱ ମିଳିଥାଏ, ଯାହା କେଶର ଗ୍ରୋଥ ପାଇଁ ବହୁତ ଭଲ ହୋଇଥାଏ। ଏହାକୁ ବ୍ୟବହାର କଲେ ରୂପି ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ। ଏହି ଶାମ୍ପୋକୁ କେଶରେ ମସାଜ କଲେ ରକ୍ତ ସଞ୍ଚାଳନ ଠିକ ରହିଥାଏ ଏବଂ କେଶ ଘନ ଓ ମଜଭୁତ ହୋଇଥାଏ।