ଚାଉଳରେ ପ୍ରସ୍ତୁତ ଅଟାରେ କେବେ ରୁଟି ବନାଇ ଖାଇଛନ୍ତି କି? ତେବେ ଥରେ ନିଶ୍ଚୟ କରନ୍ତୁ ଟେଷ୍ଟ
ଆପଣ ଗହମ ଅଟାରେ ପ୍ରସ୍ତୁତ ରୁଟି ଖାଇଥିବେ ନିଶ୍ଚୟ, କିନ୍ତୁ କେବେ ଆପଣ ଚାଉଳ ଗୁଣ୍ଡ ଅଟାରେ ପ୍ରସ୍ତୁତ ରୁଟି ଖାଇଛନ୍ତି କି। ତାହେଲେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ଜଣାଇବାକୁ ଯାଉଛୁ। ଏହି ରୁଟି ଏତେ ସ୍ୱାଦିଷ୍ଟ ଯେ ଏହାକୁ ସବୁ ବ୍ୟଞ୍ଜନ ସହ ଖାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଚାଉଳ ରୁଟି ବନାଇବା ପାଇଁ ଆବଶ୍ୟକ ସାମଗ୍ରୀ
- ୧ କପ୍ ଚାଉଳ ଗୁଣ୍ଡ
- ୧୧/ ୨ ଚିନି
- ୨ ଚାମଚ ତେଲ
ଚାଉଳ ରୁଟି ବନାଇବା ପାଇଁ ପ୍ରସ୍ତୁତି ପ୍ରଣାଳୀ
- ଚାଉଳ ଗୁଣ୍ଡ ଅଟାରେ ରୁଟି ବନାଇବା ପାଇଁ ପ୍ରଥମେ ମିଡିୟମ୍ ଫ୍ଲେମରେ ପାଣି ଗରମ କରନ୍ତୁ।
- ଯେତେବେଳେ ପାଣି ଗରମ ହୋଇଯିବ ସେତେବେଳେ ଏଥିରେ ତେଲ ପକାଇ ମିକ୍ସ କରିଦିଅନ୍ତୁ।
- ଏହାପରେ ଏଥିରେ ଚାଉଳ ଗୁଣ୍ଡ ଅଟା ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
- ପାଣି ସୁଖିଗଲା ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ।
- ଅଟାକୁ ୫ ମିନିଟ୍ ପାଇଁ ରଖିଦିଅନ୍ତୁ। ଯେମିତି ଏହା ନରମ ହୋଇଯିବ।
- ଅଟାକୁ ୧୦-୧୫ ମିନିଟ୍ ପାଇଁ ଘୋଡାଇ ରଖିଦିଅନ୍ତୁ। ଯାହାଦ୍ୱାରା ଏହା ଭଲଭାବେ ଫୁଲି ସେଟ୍ ହୋଇଯିବ।
- ଏହାପରେ ମିଡିୟମ୍ ଆଞ୍ଚରେ ତାଓ୍ଵା ଗରମ କରନ୍ତୁ।
- ଏବେ ଏହି ମିଶ୍ରଣକୁ ଛୋଟ ଚୋଟ ଗୋଲା କରିିଦିଅନ୍ତୁ। ହାଲକା ହାତରେ ଏହି ଗୋଲାକୁ ଦବାଇ ଦବାଇ ବେଲି ଦିଅନ୍ତୁ।
- ରୋଟିକୁ ଧିରେ ତାଓ୍ଵା ଉପରେ ସେକି ଦିଅନ୍ତୁ। ଗୋଟେ ପାଖ ସେକି ହୋଇଗଲା ପରେ ଆରପାଖକୁ ବି ଭଲଭାବେ ସେକି ଦିଅନ୍ତୁ।
- ଏହିପରି ଭାବେ ସମସ୍ତ ଗୋଲାକୁ ବେଲି ରୁଟି ପ୍ରସ୍ତୁତ କରନ୍ତୁ।
- ଏବେ ପ୍ରସ୍ତୁତ ହୋଇଯାଇଛି ଚାଉଳ ରୁଟି ଏହାକୁ ଆପଣ ଗ୍ରେଭୀ କରି ସହ ଖାଇପାରିବେ।