Below header

କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣା: ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

କଟକ(କେନ୍ୟୁଜ୍):ବହୁଚର୍ଚ୍ଚିତ କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣା ଉପରୁ ପରଦା ଉଠାଇଛି ପୋଲିସ । ଏହି ଘଟଣାରେ କୌଶଳ ପ୍ରାଧନ ଓ ଦିବ୍ୟରଞ୍ଜନ ବେହେରାକୁ ଗିରଫ କରିଛି ଜଗତପୁର ଥାନା ପୋଲିସ । ତୁଷାରଙ୍କ ପ୍ରେମିକାର ଧରମ ଭାଇ ହେଉଛି ଦିବ୍ୟରଞ୍ଜନ । ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଦୁଇ ଅଭିଯୁକ୍ତ ତୁଷାରଙ୍କୁ ଦୀର୍ଘ ଦିନ ଧରି ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିଲେ ।

ଗତ ଅଗଷ୍ଟ ୩ ତାରିଖରେ ତୁଷାରଙ୍କ ବାନ୍ଧବୀ ଓ ତାଙ୍କ ବଡ ଭଉଣୀ ତୁଷାରଙ୍କୁ ଇଣ୍ଡୋର ଷ୍ଟାଡିୟମ ନିକଟକୁ ଡକାଇଥିଲେ। ସେଠାରେ ଏହି ଦୁଇ ଅଭିଯୁକ୍ତଙ୍କ ସହ ମିଶି ନିର୍ଯାତନା ଦେବା ସହ ମାଡ଼ ମାରିଥିଲେ । ଏହା ପରେ ତୁଷାର ମାନସିକ ଭାରସାମ୍ୟ ହରାଇ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଅଗଷ୍ଟ ୫ ତାରିଖରେ ତୁଷାରଙ୍କ ମୃତଦେହ ଯୋବ୍ରା ବ୍ୟାରେଜରୁ ମିଳିଥିଲା । ତୁଷାରଙ୍କ ପରିବାର ଲୋକେ ଏହା ଏକ ହତ୍ୟା ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ । ଘଟଣାରେ ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.