SBI ର ଚେତାବନୀ- ୩୦ ସେପ୍ଟେମ୍ବର ମଧ୍ୟରେ କରିନିଅନ୍ତୁ ଏହି କାମ, ଅନ୍ୟଥା ଆକାଉଣ୍ଟ ହେବ ସସ୍ପେଣ୍ଡ

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜର ଗ୍ରାହକଙ୍କ ପାଇଁ ଏକ ନୋଟିସ ଜାରି କରିଛି । ଆକାଉଣ୍ଟ୍ ଧାରକଙ୍କୁ କହିଛି ଯେ ୩୦ ସେପ୍ଟେମ୍ବର ମଧ୍ୟରେ ପାନ-ଆଧାର ଲିଙ୍କ କରିନିଅନ୍ତୁ । ବ୍ୟାଙ୍କ କହିଛନ୍ତି ଯେ ଯଦି ଆପଣ ଏହି ସମାୟସୀମା ମଧ୍ୟରେ ଏହା ନକରନ୍ତି ତେବେ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସେବା ବାଧାପ୍ରାପ୍ତ ହେବ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହା ନିଜର ଅଧିକାରୀକ ୱେବସାଇଟରେ ଏହା କହିଛି ।

ଏହା ସହିତ ଷ୍ଟେଟ ବ୍ୟାଙ୍କ ଏହା ମଧ୍ୟ କହିଛି ଯେ ଯଦି ଆପଣ ପାନ-ଆଧାର ଲିଙ୍କ ନ କରନ୍ତି ତେବେ ଆପଣଙ୍କ ପାନ୍ ନମ୍ବର ମଧ୍ୟ ଅକ୍ଷମ ହୋଇଯିବ । ଏହି କାରଣରୁ ବ୍ୟାଙ୍କ ଗ୍ରାହକମାନଙ୍କୁ ନିଜ ଆକାଉଣ୍ଟରେ ଅବିଭକ୍ତ କାର୍ଯ୍ୟ ପାଇଁ ଆଧାରକୁ ପ୍ୟାନ ସହ ସଂଯୋଗ କରିବାକୁ କହିଛି । ବ୍ୟାଙ୍କ କହିଛି ଯେ ସମସ୍ତଙ୍କ ପାଇଁ ପାନ୍ କାର୍ଡକୁ ଆଧାର ସହ ଲିଙ୍କ୍ କରିବା ବାଧ୍ୟତାମୂଳକ ଅଟେ । ୧୦ ସେପ୍ଟେମ୍ବର ହେଉଛି ଏହାର ଶେଷ ତାରିଖ ।

SBI ବ୍ୟାଙ୍କ ଆକାଉଣ୍ଟକୁ ହୋଇଯିବ ସସ୍ପେଣ୍ଡ

ଯଦି ଆପଣ ୩୦ ସେପ୍ଟେମ୍ବର ମଧ୍ୟରେ ଆପଣ ଏହା ନ କରନ୍ତି, ଆପଣଙ୍କ ସହିତ କ’ଣ ହେବ? ଏସବିଆଇ କହିଛନ୍ତି ଯେ ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସସ୍ପେଣ୍ଡ କରାଯାଏ, ତେବେ ଜମା ଟଙ୍କା ଫ୍ରିଜ୍ ହେବ । ଆପଣ ଏହି ଟଙ୍କା ଉଠାଇବାକୁ ସମର୍ଥ ହେବେ ନାହିଁ । ଆହୁରି ମଧ୍ୟ ଆପଣ କୌଣସି ସରକାରୀ ଯୋଜନାର ଲାଭ ପାଇବେ ନାହିଁ ଓ ଏଠାରେ କୌଣସି ସବସିଡି ମଳିବ ନାହିଁ ।

ପାନ୍ ଓ ଆଧାର ଲିଙ୍କ୍ କରିବାର ପ୍ରୋସେସ

୧- ପାନ୍ ଓ ଆଧାରକୁ ଲିଙ୍କ୍ କରିବାର ଦୁଇଟି ଉପାୟ ଅଛି । ପ୍ରଥମଟି SMS ଓ ଦ୍ୱିତୀୟଟି ଆୟକର ୱେବସାଇଟକୁ ଯାଇ କରାଯାଇପାରେ ।
୨- ଯଦି ଆପଣ SMS ମାଧ୍ୟମରେ ପ୍ୟାନ୍ ଓ ଆଧାରକୁ ଲିଙ୍କ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ UIDPAN <ସ୍ପେସ୍> ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର <ସ୍ପେସ୍> ୧୦ ଅଙ୍କ ବିଶିଷ୍ଟ ପ୍ୟାନ୍ ନମ୍ବର ୫୬୭୬୭୮ କିମ୍ବା ୫୬୨୬୧ ରେ SMS କରିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.