ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୪ ଦଫା ଦାବି ଉପସ୍ଥାପିତ, ପୂରଣ ନହେଲେ ଆସନ୍ତା ୯ କ୍ରାନ୍ତି ଦିବସରେ ପ୍ରତିବାଦ

ଭୁବନେଶ୍ବର(କେନ୍ଯୁଜ୍): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୪ ଦଫା ଦାବି ଉପସ୍ଥାପିତ । କରୋନା ମହାମାରୀ ସମୟରେ ଜିମ୍‌, ବ୍ୟୁଟି ପାର୍ଲର, ଯାତ୍ରା କଳାକାର ସଂଘ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ସମସ୍ୟାର ସମାଧାନ ପାଇଁ ୪ ଦଫା ଦାବି ଉପସ୍ଥାପନ କରାଯାଇଛି।

୧୧ ଶହ କୋଟିର ପ୍ୟାକେଜ ଘୋଷଣା, ଏମଏସଏମଇରେ ଯାଗଦାନ, ଯେଉଁ ଲୋନ ନେଇଛନ୍ତି ତାହା ୨ବର୍ଷ ପର୍ଯ୍ୟନ୍ତ କ୍ଷମା କରାଯିବା ସହ ରିହାତି ପ୍ରଦାନ, ଏବଂ ବିନା ସୁଧରେ ସରକାର ସେମାନଙ୍କୁ କିଛି ଋଣ ବ୍ଯବସ୍ଥା କରିବାକୁ ଦାବି ହୋଇଛି । ଦାବି ପୂରଣ ନହେଲେ ଆଗାମୀ ଅଗଷ୍ଟ ୯ କ୍ରାନ୍ତି ଦିବସରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.