ହ୍ରଦରେ ଏଟିଏମ୍‌ ସ୍ଥାପନ କଲା ଏସ୍‌ବିଆଇ, ଗୁଲମର୍ଗ ବୁଲିବାକୁ ଯାଉଥିବାର ପର୍ଯ୍ୟଟକଙ୍କୁ ଆଉ ହେବନି କ୍ୟାସ୍‌ ପାଇଁ ସମସ୍ୟା

ହ୍ରଦରେ ଏଟିଏମ୍‌ ସ୍ଥାପନ କଲା ଏସ୍‌ବିଆଇ। ଶ୍ରୀନଗରର ଡଲ ହ୍ରଦରେ ପର୍ଯ୍ୟଟକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଭାସମାନ ଏଟିଏମ୍‌ ପ୍ରତିଷ୍ଠା କରାଯାଇଛି। ଏସ୍‌ବିଆଇ ତରଫରୁ ଏଭଳି ଏକ ନିଆରା ଉଦ୍ୟମ କରାଯାଇଛି। ଏସ୍‌ବିଆଇର ଏହି ପହଁରୁଥିବା ଏଟିଏମ୍‌ ଏବେ ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି।

ଏସ୍‌ବିଆଇ ଟ୍ଵିଟ୍‌ କରି କହିଛି ଯେ ତାଙ୍କର ଏହି ଫ୍ଲୋଟିଂ ଏଟିଏମ୍‌ ଶ୍ରୀନଗରର ଡଲ ହ୍ରଦରେ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଲୋକଙ୍କ କ୍ୟାସ୍‌ ଆବଶ୍ୟକତାକୁ ବି ପୂରଣ କରିବ। ଏସ୍‌ବିଆଇ ଚେୟାରମ୍ୟାନ୍‌ ଦିନେଶ କୁମାର ଏହି ଭାସମାନ ଏଟିଏମ୍‌ର ଉଦ୍‌ଘାଟନ କରିଛନ୍ତି। ଏହି ଏଟିଏମ୍‌ ଏକ ହାଉସ୍‌ ବୋଟ୍‌ରେ ଖୋଲାଯାଇଛି।

ଏସ୍‌ବିଆଇ ଚେୟାରମାନ୍‌ ଏହି ଏଟିଏମ୍‌ ଉଦ୍‌ଘାଟନ କରିବାକୁ ଶ୍ରୀନଗର ଯାଇଥିବା ବେଳେ ଶ୍ରୀନଗରର ଏସ୍‌ବିଆଇ ବ୍ରାଞ୍ଚ ମଧ୍ୟ ପରିଦର୍ଶନ କରିଥିଲେ। ଏଠାରେ ଏସ୍‌ବିଆଇ ଯେତେବେଳେ ଇମ୍ପୋରିୟାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଥିଲା ସେବେଠାରୁ କାର୍ଯ୍ୟକ୍ଷମ ହୋଇଛି। ଏ ଅବସରରେ ଚେୟାରମ୍ୟାନ୍‌ ଏସ୍‌ବିଆଇର ତଙ୍ଗମର୍ଗ ବ୍ରାଞ୍ଚ୍‌ ମଧ୍ୟ ଉଦ୍‌ଘାଟନ କରିଥିଲେ। ଏହା ଗୁଲମର୍ଗ ବୁଲିବାକୁ ଆସୁଥିବା ଯାତ୍ରୀଙ୍କୁ ବ୍ୟାଙ୍କିଂ ସୁବିଧା ଯୋଗାଇବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.