ଗ୍ରାହକଙ୍କ ପାଇଁ ଖୁସି ଖବର, ରେସ୍ତୋରାଁ ଖାଇବା ଉପରେ ଆଉ ଆଦାୟ କରାଯିବନି ସର୍ଭିସ ଟ୍ୟାକ୍ସ

ଯଦି ଆପଣ ବି ସପ୍ତାହାନ୍ତରେ ହୋଟେଲ କିମ୍ବା ରେସ୍ତୋରାଁରେ ଖାଇବାକୁ ପସନ୍ଦ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ଖବର । ସରକାରଙ୍କ ପକ୍ଷରୁ ଗୁରୁବାର ସ୍ପଷ୍ଟ କରାଯାଇଛିକି ରେସ୍ତୋରାଁ ମାଲିକ ମାନଙ୍କ ଦ୍ୱାରା ବିଲ ଉପରେ ନିଆଯାଉଥିବା ସର୍ଭିସ ଟ୍ୟାକ୍ସ ବେଆଇନ ଅଟେ । ଏହାକୁ ଯଦି ଗ୍ରାହକ ମାନଙ୍କ ଠାରୁ ଜୋର ଜବରଦସ୍ତ ଆଦାୟ କରାଯାଉଥାଏ ତେବେ ଏହା ବିରୋଧରେ ଗ୍ରାହକ ମାନେ କେଶ ଦାୟର କରିପାରିବେ । ହୋଟେଲ କିମ୍ବା ରେଶତୃରାନ୍ତ ଆସୋସିଏସନଙ୍କ ଠାରୁ ଟ୍ୟାକ୍ସ ଆଦାୟ ରୋକିବାକୁ କୁହାଯାଇଛି ।

ସରକାର ରେସ୍ତୋରାଁ ମାଲିକ ମାନଙ୍କ ଠାରୁ ନିଆଯାଉଥିବା ସର୍ଭିସ ଟ୍ୟାକ୍ସ ଆଇନରେ କିଛି ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଗ୍ରାହକ ମାନଙ୍କୁ ବେଶ ସୁହାଇବ । ଅଧିକାଂଶ ଗ୍ରାହକ ଏହା ଦ୍ୱାରା ଉପକୃତ ହେବେ ବୋଲି ଆଶା କରାଯାଉଛି । ଖାଉଟି କଲ୍ୟାଣ ବିଭାଗ ଏହା ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବା ସହ ଗୁରୁବାର ଅର୍ଥାତ ଜୁନ ୨ ତାରିଖରେ ଏକ ବଡ ଧରଣର ବୈଠକ ଡକାଯାଇଥିଲା । ଏହି ବୈଠକରେ ହିଁ ସର୍ଭିସ ଟ୍ୟାକ୍ସ ହଟାଯିବାକୁ ନେଇ ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ତରଫରୁ ଖୁବ ଶୀଘ୍ର ଏନେଇ ଗ୍ରାହକ ମାନଙ୍କୁ ଆଇନଗତ ଅଧିକାର ବି ଦିଆଯିବ । ଏହା ମଧ୍ୟ କୁହାଯାଇଛିକି ୨୦୧୭ ପର୍ଯ୍ୟନ୍ତ ସର୍ଭିସ ଚାର୍ଜ ଦେବା ବା ନଦେବା ଗ୍ରାହକ ମାନଙ୍କ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି ଥିଲା । ଯଦି ସେମାନଙ୍କର ଇଚ୍ଛା ନଥାଏ ଗ୍ରାହକଙ୍କ ଉପରେ ଚାପ ପକାଇ ଏହାକୁ ଆଦାୟ କରିହେବ ନାହିଁ । କିନ୍ତୁ ହୋଟେଲ ସଂଘ ପକ୍ଷରୁ ଏହାକୁ ଲଗାତାର ଭାବେ ଆଦାୟ କରାଯାଉଛି ।

ଏହି ବୈଠକରେ ଅନ୍ୟ କେତେକ ବିଷୟ ଉପରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏହି ବୈଠକରେ ହୋଟେଲ ଆସୋସିଏସନ ବ୍ୟତୀତ Zomato, Swiggy, Delhivery, Zepta, Ola, Uber ପରି ପ୍ରୋଭାଇଡ଼ର୍ସର ପ୍ରତିନିଧି ମାନେ ବି ଉପସ୍ଥିତ ଥିଲେ ।

Leave A Reply

Your email address will not be published.