Below header

ପିପିଏଫ୍‌, ଏନ୍‌ଏସ୍‌ସି ଓ ସୁକନ୍ୟା ଉପରୁ କମିଲା ସୁଧହାର 

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇ ଏନ୍‌ଏସ୍‌ସି ଓ ସୁକନ୍ୟା ଭଳି କ୍ଷୁଦ୍ର ସଞ୍ଚୟ ଯୋଜନା ଉପରୁ ସୁଧ ହାର କମାଇ ଦେଇଛନ୍ତି । ତେବେ ଏହା ଫଳରେ ବ୍ୟାଙ୍କଗୁଡ଼ିକ ମଧ୍ୟ ସେମାନଙ୍କ ସୁଧ ହାର ହ୍ରାସ କରିବେ । ଏହି ଲକ୍ଷ୍ୟ ନେଇ ସରକାର କ୍ଷୁଦ୍ର ସଞ୍ଚୟ ଉପରୁ ସୁଧହାର ୧୦ ବେସିସି ପଏଣ୍ଟ କମାଇଥିବା ଅର୍ଥନୀତି ବିଶେଷଜ୍ଞ ମତ ଦେଇଛନ୍ତି । ସରକାର ପ୍ରତି ତିନି ମାସରେ ଏଭଳି ସଞ୍ଚୟ ଉପରେ ସୁଧ ହାର ସମ୍ପର୍କରେ ପୁନର୍ବିଚାର କରିଥାନ୍ତି । ତେଣୁ ଏହି ନୂଆ ସୁଧ ହାର ଆସନ୍ତା ଜୁଲାଇରୁ ସେପଟେମ୍ବର ପର୍ଯ୍ୟନ୍ତ ଲାଗୁ ହେବ ।

ନୂଆ ସୁଧ ହାର କେତେ ହେଲା ଜାଣନ୍ତୁ

ନୂଆ ସୁଧହାର ଅନୁସାରେ ପିପିଏଫ୍‌ରେ ୭.୯୦, ସୁକନ୍ୟା ସମୃଦ୍ଧି ଯୋଜନାରେ ୮.୪, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ୮.୬, ଏନ୍‌ଏସ୍‌ସିରେ ୭.୯ ଏବଂ କିଷାନ ବିକାଶ ପତ୍ରରେ ୭.୬ ହାରରେ ସୁଧ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.