Below header

ଯଦି ନିୟମିତ ଅଣ୍ଡା ଖାଉଥାନ୍ତି ତେବେ ହୋଇଯାନ୍ତୁ ସାବଧାନ, ହୋଇପାରେ ଆପଣଙ୍କୁ ଏହିରୋଗ  

ଯଦି ଆପଣ ପ୍ରତିଦିନ ଅଣ୍ଡା ଖାଉଛନ୍ତି ତେବେ ଏବେଠାରୁ  ସାବଧାନ ହୋଇଯାଆନ୍ତୁ । କାରଣ ପ୍ରତିଦିନ ଦୁଇଟି ଲେଖାଏଁ ଅଣ୍ଡା ଖାଇଲେ ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ଆସିପାରେ ବିପଦ। ତେବେ ନିୟମିତ ଅଣ୍ଡା ଖାଇବା ଦ୍ବାରା କେଉଁ ରୋଗ ହୋଇଥାଏ ଓ ଏହା ପଛରେ କଣ କାରଣ ରହିଛି  ଆସନ୍ତୁ ଜାଣିବା ।

ଯେଉଁମାନେ ଦୈନିକ ଦୁଇଟି ଅଣ୍ଡା ଖାଉଥାନ୍ତି ସେମାନଙ୍କୁ କାର୍ଡ଼ିୟୋଭାସ୍କୁଲାର ରୋଗ ହେବାର  ସମ୍ଭାବନା ରହିଛି । ଏହି ରୋଗ ଧୀରେ ଧୀରେ ହୃଦରୋଗ ବା  ହାର୍ଟ ଆଟାକ ଆଡ଼କୁ ଗତି କରିଥାଏ । ଯାହଫଳରେ ନିୟମିତ ଅଣ୍ଡା ଖାଉଥିବା ବ୍ୟକ୍ତିର ମୃତ୍ୟୁ ଘଟିବାର ଆଶଙ୍କା ବୃଦ୍ଧି ପାଇଥାଏ । ନିକଟରେ ଆମେରିକାରେ  ହୋଇଥିବା ଏକ ରିସର୍ଚ୍ଚ ଅନୁସାରେ ଶରୀରରେ ଯେଉଁ କଲେଷ୍ଟ୍ରୋଲ୍ ମାତ୍ରା ରହିଛି ତାହା ଅଣ୍ଡା ଖାଇବା ପରେ  ବୃଦ୍ଧି ପାଇବା ଦ୍ୱାରା ଶରୀରରେ ଖରାପ ପ୍ରଭାବ ପକାଇଥାଏ । ଗୋଟିଏ ଅଣ୍ଡାରେ ପ୍ରାୟ ୨୦୦ମିଲିଗ୍ରାମ କଲେଷ୍ଟ୍ରୋଲ୍ ରହିଥାଏ । ସେହିପରି ପ୍ରତିଦିନ ଦୁଇଟି ଅଣ୍ଡା ଅର୍ଥାତ ୩୦୦ ମିଲିଗ୍ରାମରୁ ଅଧିକ କଲେଷ୍ଟ୍ରୋଲ୍ ସେବନ କରିବା ଦ୍ୱାରା ଶରୀର ପ୍ରତି ବିପଦ ବୃଦ୍ଧି ହୋଇଥାଏ। ଯାହା ହୃଦରୋଗର କାରଣ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.