ବିଶ୍ୱକପ୍‌ : ବିଦା ହେଉ ହେଉ ଶ୍ରୀଲଙ୍କାକୁ ଧୂଳି ଚଟାଇଲା ଦକ୍ଷିଣ ଆଫ୍ରିକା, ୯ ଓ୍ଵିକେଟ୍‌ରେ ବିଜୟୀ

ଲଣ୍ଡନ୍‌ : : ଶ୍ରୀଲଙ୍କାକୁ ମାତ୍ର ୨୦୩ ରନ୍‌ରେ ଅଲ୍‌ଆଉଟ୍‌ କରିବା ପରେ ଆଜି ବିଶ୍ୱ କପ୍‌ର ୩୪ତମ ମ୍ୟାଚ୍‌ରେ ସହଜରେ ୯ ଓ୍ଵିକେଟ୍‌ରେ ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା ଦଳ । ୨୦୪ ରନ୍‌ର ଲକ୍ଷ୍ୟକୁ ମାତ୍ର ଗୋଟିଏ ଓ୍ଵିକେଟ୍‌ ହରାଇ ୩୭.୨ ଓଭରରେ ହାସଲ କରିଛି । ଯଦିଓ ଏହି ବିଜୟ ଦକ୍ଷିଣ ଆଫ୍ରିକା ପାଇଁ କେବଳ ସାନ୍ତ୍ୱନା ମୂଳକ ତେବେ ପରାଜୟ ଶ୍ରୀଲଙ୍କା ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି କରିଛି ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ହାସିମ ଆମଲା ଅପରାଜିତ ୮୦ ଏବଂ ଡୁପ୍ଲେସିସ୍‌ ଅପରାଜିତ ୯୬ ରନ୍‌ କରିବା ସହ ଦ୍ୱିତୀୟ ଓ୍ଵିକେଟ୍‌ ଭାଗିଦାରୀରେ ୧୭୫ ରନ୍‌ ଯୋଡ଼ି ଦଳକୁ ସହଜ ବିଜୟ ଦେଇଥିଲେ ।

DU PLESISS

ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ଏବଂ ୫ଟି ପରାଜୟ ସହ ୫ ପଏଣ୍ଟ ପାଇଛି । ଏହି ଦଳ ବହୁ ପୂର୍ବରୁ ସେମିଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ି ସାରିଛି । ସେପଟେ ଶ୍ରୀଲଙ୍କା ୭ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ଓ ୩ଟି ପରାଜୟ ସହ ୬ ପଏଣ୍ଟରେ ରହିଛି । ଶ୍ରୀଲଙ୍କାର ପରାଜୟ ପାକିସ୍ତାନ ଓ ବାଂଲାଦେଶକୁ ଲାଭ ପହଞ୍ଚାଇବ ।
ଆସନ୍ତାକାଲି ଲିଡ୍‌ସରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ ପାକିସ୍ତାନ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.