Below header

ମାତ୍ର ୫୦୦୦ ଟଙ୍କାରେ ମିଳୁଛି ପୋଷ୍ଟ ଅଫିସର ଫ୍ରାଞ୍ଚାଇଜ୍‌, କରିପାରିବେ ମୋଟା ଅଙ୍କର ରୋଜଗାର

ଦେଶରେ ହୁ ହୁ ହୋଇ ବଢ଼ୁଛି ଜନସଂଖ୍ୟା। ଏହା ସହ ତାଳ ଦେଇ ବଢ଼ିଚାଲିଛି ବେକାରୀ ସମସ୍ୟା। ରୋଜଗାର ପାଉନଥିବାରୁ ଲୋକମାନେ ବାହାର ରାଜ୍ୟକୁ ଗୋତି ଖଟିବାକୁ ଯାଉଛନ୍ତି। ତେବେ ଆପଣ ବି ଯଦି କଲେଜ ପଢ଼ା ସାରିବା ପରେ ଚାକିରି ପାଉନାହାନ୍ତି ଓ ଘରେ ବେରୋଜଗାର ହୋଇ ବସିଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଏବେ ଶିକ୍ଷିତ ବେକାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣି ଦେଇଛି ପୋଷ୍ଟ ଅଫିସ।

post office

ଆପଣ ଚାହିଁଲେ ପୋଷ୍ଟ ଅଫିସ ଫ୍ରାଞ୍ଚାଇଜ୍‌ ସ୍କିମ୍‌ ମାଧ୍ୟମରେ ମାସକୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ। ସାରା ଦେଶରେ ୧.୫୫ ଲକ୍ଷ ପୋଷ୍ଟ ଅଫିସ ଥିଲେ ମଧ୍ୟ ବର୍ଦ୍ଧିତ ଜନସଂଖ୍ୟା ଯୋଗୁ ଡାକଘରର ଚାହିଦା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୋଷ୍ଟ ଅଫିସ ଗ୍ରାହକଙ୍କ ପାଇଁ ଇଣ୍ଡିଆନ୍‌ ପୋଷ୍ଟ ଅଫିସର ଫ୍ରାଞ୍ଚାଇଜ୍‌ ଦେଉଛି। ଯେକୌଣସି ୧୮ ବର୍ଷରୁ ଊର୍ଦ୍ଧ୍ୱ ଯୁବକଯୁବତୀ ଏଥିପାଇଁ ଆବେଦନ କରିପାରିବେ। ଏଥିପାଇଁ ସିକ୍ୟୁରିଟି ମନି ଭାବେ ମାତ୍ର ୫୦୦୦ ଟଙ୍କା ଜମା କରିବାକୁ ପଡ଼ିବ। ଏହା ପରେ କାମ ହିସାବରେ ପୋଷ୍ଟ ଅଫିସ ଆପଣଙ୍କୁ କମିସନ୍‌ ଦେବ। ଏହା ବ୍ୟତୀତ ଆପଣଙ୍କୁ ଫର୍ମ ଭରି ଏକ ମୋମୋରାଣ୍ଡମ୍‌ ଅଫ୍‌ ଏଗ୍ରିମେଣ୍ଟ ମଧ୍ୟ ଦସ୍ତଖତ କରିବାବୁ ପଡ଼ିବ।

India Post Franchise - Eligibility & Application Procedure ...

ଏହି ଫ୍ରାଞ୍ଚାଇଜ୍‌ ଦୁଇ ପ୍ରକାରର। ଯଥା:ଫ୍ରାଞ୍ଚାଇଜ୍‌ ଆଉଟ୍‌ଲେଟ୍‌ ଓ ପୋଷ୍ଟାଲ ଏଜେଣ୍ଟସ୍‌। ଫ୍ରାଞ୍ଚାଇଜ୍‌ ଆଉଟ୍‌ଲେଟ୍‌ ମାଧ୍ୟମରେ ଆପଣ ଦେଶର ଯେଉଁ ଅଞ୍ଚଳରେ ପୋଷ୍ଟ ଅଫିସ୍‌ ନାହିଁ ସେଠାରେ ସେବା ଯୋଗାଇବେ। ସେହିପରି ପୋଷ୍ଟାଲ ଏଜେଣ୍ଟ ମାଧ୍ୟମରେ ଅନ୍ୟ ସହର ଓ ଗ୍ରାମୀଣ କ୍ଷେତ୍ରରେ ପୋଷ୍ଟାଲ ଷ୍ଟାମ୍ପ ଓ ଷ୍ଟେସନାରୀ ଘରେ ପହଞ୍ଚାଇବେ।

ଏସବୁ କାମ କରିବାକୁ ପଡ଼ିବ:

-ଷ୍ଟାମ୍‌ ଓ ଷ୍ଟେସନାରୀ ବିକ୍ରି କରିବାକୁ ପଡ଼ିବ।

-ରେଜିଷ୍ଟର୍ଡ ଆର୍ଟିକାଲର ବୁକିଂ, ସ୍ପିଡ୍‌ ପୋଷ୍ଟ ଆର୍ଟିକାଲ ଓ ମନି ଅର୍ଡର ବୁକିଂ କରିବେ।

-ପୋଷ୍ଟାଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପାଇଁ ଏକ ଏଜେଣ୍ଟ ଭଳି ଇନ୍‌ସ୍ୟୁରାନ୍ସ ପଲିସି ବିକ୍ରି କରିବାକୁ ପଡ଼ିବ। ସମସ୍ତ କାମ ପାଇଁ ଆପଣଙ୍କୁ ପୋଷ୍ଟ ଅଫିସ ତରଫରୁ କମିଶନ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.