ପାର୍କରେ ବୁଲୁଥିଲେ ଦୁଇ ଯୁବତୀ, ହଠାତ୍‌ ପଛ ପଟୁ ଆକ୍ରମଣ କରିବାକୁ ଦୌଡିଲା ଜଙ୍ଗଲୀ ମଇଁଷି ! ତାପରେ କଣ ହେଲା ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଯେଉଁ ଭିଡିଓକୁ ଦେଖିଲେ ଆପଣ ଆଶ୍ଚଯ୍ୟର୍ ହୋଇଯିବେ। ଆମେରିକାର ୟେଲୋଷ୍ଟୋନ ନ୍ୟାସନାଲ ପାର୍କରେ ଏକ ବଣୁଆ ମଇଁଷି ଦୁଇ ଯୁବତୀଙ୍କ ପିଛା କରୁଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣାର ପୂରା ଭିଡିଓ ଗତ ସପ୍ତାହରେ ୟୁଟ୍ୟୁବରେ ସେୟାର କରାଯାଇଛି।

ଭିଡିଓରେ ଆପଣ ଦେଖିପାରିବେ ଯେ ଦୁଇଟି ବଣୁଆ ମଇଁଷି ଦୁଇ ଯୁବତୀଙ୍କ ପିଛା କରିବାରେ ଲାଗିଲେ। ତେବେ ଏହା ଦେଖି ଦୁଇ ଜଣ ଯୁବତୀ ଭୟଭୀତ ଦୌଡିବାରେ ଲାଗିଲେ। ଏହି ସମୟରେ ଜଣେ ଯୁବତୀ ଦୌଡି ନପାରି ଛିଡା ହୋଇଗଲେ। ତେବେ ରାଷ୍ଟ୍ରୀୟ ଉଦ୍ୟାନ ପଯ୍ୟର୍ଟକ ମାନଙ୍କୁ ଏହି ବଣୁଆ ମଇଁଷିଙ୍କ ପାଖକୁ ଯିବାକୁ ଚେତାବନୀ ଦେଇଛି। ଏମାନେ ଯାହାକୁ ଦେଖନ୍ତି ତୁରନ୍ତ ଆକ୍ରମଣ କରନ୍ତି।

bisonଭିଡିଓରେ ଆପଣ ଦେଖିପାରିବେ ଯେ ଯେମିତି ଏହି ବଣୁଆ ମଇଁଷିଟି ଯୁବତୀଙ୍କ ପଛରେ ଦୌଡିବା ଆରମ୍ଭ କରୁଛି ଝିଅମାନେ ପ୍ରାଣ ଭୟରେ ଦୌଡୁଛନ୍ତି। ଏହି ସମୟରେ ଜଣେ ତଳେ ପଡିଯାଉଛନ୍ତି। ଆଉ ମଇଁଷିଟି ଯୁବତୀଙ୍କ ପାଖକୁ ଯାଇ ବହୁତ ସମୟ ଧରି ଛିଡା ହେଉଛି।

ସେହିପରି ଦୂରରେ ଥିବା କିଛି ଲୋକ ମଇଁଷିକୁ ସେଠାରୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି। କିଛି ସମୟ ଛିଡା ହେବା ପରେ ମଇଁଷି ସେଠାରୁ ଚାଲି ଯାଉଛି ଆଉ ଯୁବତୀ ଜଣଙ୍କ ସେଠାରୁ ଦୌଡି ପଳାଇ ଆସୁଛନ୍ତି। ତେବେ ଦୁଇଜଣ ଯୁବତୀ ସୁରକ୍ଷିତ ସେଠାରୁ ଫେରୁଛନ୍ତି ଆଉ କାହାକୁ କିଛି ଆଘାତ ମଧ୍ୟ ହୋଇନାହିଁ।

ସେହିପରି କିଛି ଲୋକ ଏହି ଭିଡିଓକୁ ଦେଖି କହୁଛନ୍ତି ସେଠାକାର ମହିଳା ମରିବାର ବହୁତ ବଢ଼ିଆ ଅଭିନୟ କରନ୍ତି ସେଥିପାଇଁ ବୋଧ ହୁଏ ମଇଁଷିଟି କିଛି କ୍ଷତି ନକରି ପଳିଆସିଲା। ସେ ଯାହା ବି ହେଉ ଏହି ଭିଡିଓ ଏବେ କିନ୍ତୁ ଖୁବ୍‌ ଭାଇରାଲ ହେଉଛି।

video courtesy : Cloie Frances

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.