ପୋଷ୍ଟ ଅଫିସ ଦେଉଛି ସୁବର୍ଣ୍ଣ ସୁଯୋଗ, ମାତ୍ର ୫ହଜାର ଟଙ୍କା ବିନିମୟରେ ପାଆନ୍ତୁ ଲକ୍ଷାଧିକ ଟଙ୍କା

ଯଦି ଆପଣ ମୋଟା ଅଙ୍କର ଅର୍ଥ ଏକାସାଙ୍ଗରେ କମାଇବାକୁ ଚାହୁଁଛନ୍ତି ତେବେ ପୋଷ୍ଟ ଅଫିସ ଦେବ ଆପଣଙ୍କୁ ଏହି ସୁବର୍ଣ୍ଣ ସୁଯୋଗ । ଏବେ ଆପଣ ପୋଷ୍ଟ ଅଫିସ ଦ୍ୱାରା ପାଇ ପାରିବେ ପ୍ରତି ମାସରେ ମୋଟା ଅଙ୍କର ଅର୍ଥ । ଆଉ ଖାସ କଥା ହେଉଛି ଏଥିପାଇଁ ଆପଣଙ୍କୁ କେବଳ ମାତ୍ର ୫ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହାପରେ ବର୍ଷ ସାରା ଆପଣ ଲକ୍ଷ ଲକ୍ଷ ଟଙ୍କାର ରୋଜଗାର କରିପାରିବେ।

ପୋଷ୍ଟ ଅଫିସ ତରଫରୁ ଫ୍ରାଞ୍ଚାଇଜୀ ଅଫର ଦିଆଯାଉଛି। ମାନେ ଏବେ ଆପଣ ମଧ୍ୟ ନିଜେ ପୋଷ୍ଟ ଅଫିସ ଖୋଲି ଟଙ୍କା ରୋଜଗାର କରିପାରିବେ। ଏବେ ଦେଶରେ ପାଖାପାଖି ୧.୫୫ ଲକ୍ଷ ପୋଷ୍ଟ ଅଫିସ ରହିଛି। ଏହାପରେ ବି କିଛି ସ୍ଥାନ ଏମିତି ରହିଛି ଯେଉଁଠି ପୋଷ୍ଟ ଅଫିସ ତିଆରି ହୋଇପାରିନାହିଁ। ଏହାକୁ ଧ୍ୟାନରେ ରଖି ଡିପାର୍ଟମେଣ୍ଟ ତରଫରୁ ଫ୍ରାଞ୍ଚାଇଜୀ ଅଫର ଦିଆଯାଇଛି । ତେବେ ଏଥିପାଇଁ କିଛି ଷ୍ଟେପ ଅଛି ଯାହା ଆପଣଙ୍କୁ ମାନିବାକୁ ପଡ଼ିବ।

ସୂଚନା ଅନୁଯାୟୀ, ପୋଷ୍ଟ ଅଫିସ ପକ୍ଷରୁ ୨ ପ୍ରକାରର ଫ୍ରାଞ୍ଚାଇଜୀ ଦିଆଯାଇଛି। ପ୍ରଥମଟି ଫ୍ରାଞ୍ଚାଇଜୀ ଆଉଟଲେଟ ଏବଂ ଦ୍ୱିତୀୟଟି ପୋଷ୍ଟାଲ ଏଜେଣ୍ଟସ। ଆପଣ ଏହା ଭିତରୁ ଯେକୌଣସି ଗୋଟିଏ ଫ୍ରଞ୍ଚାଇଜୀକୁ ଆକ୍ସେପଟ୍‌ କରିପାରିବେ। ପୋଷ୍ଟାଲ ଏଜେଣ୍ଟସ୍‌ ସାଧାରଣଭାବେ ଆମେ ଡାକବାଲାକୁ ବୁଝିବା ଯେଉଁମାନେ ଉଭୟ ସହର ଓ ଗ୍ରାମୀଣ କ୍ଷେତ୍ରରେ ପୋଷ୍ଟାଲ ଷ୍ଟାମ୍ପସ୍‌ ଏବଂ ଷ୍ଟେସନାରୀ ଆଦି ଘର ଘର ବୁଲି ଦେଇଥାନ୍ତି। ତେବେ ଜାଣନ୍ତୁ କେଉଁମାନେ ଏଥିପାଇଁ ଯୋଗ୍ୟ ପ୍ରାର୍ଥ ହେବେ:

– ଫ୍ରାଞ୍ଚାଇଜୀ ନେଉଥିବା ବ୍ୟକ୍ତିଙ୍କ ବୟସ ୧୮ ବର୍ଷରୁ ଉର୍ଦ୍ଧ୍ୱ ହେବା ଆବଶ୍ୟକ।
– ବ୍ୟକ୍ତି ଜଣକ ଭାରତୀୟ ନାଗରିକ ହେବା ଆବଶ୍ୟକ।
– ବ୍ୟକ୍ତି ଜଣକ ପାଖରେ ୮ମ ପାସ୍‌ ର ସାର୍ଟିଫିକେଟ ଥିବା ଆବଶ୍ୟକ।
– ଫ୍ରାଞ୍ଚାଇଜୀ ପାଇଁ ବ୍ୟକ୍ତି ଜଣକ ନିଜେ ଫର୍ମ ଭରି ସବମିଟ୍‌ କରିବେ।
– ସିଲେକସନ୍‌ ହେବା ପରେ ଇଣ୍ଡିଆ ପୋଷ୍ଟ ସହିତ MoU ସାଇନ କରିବାକୁ ପଡ଼ିବ ।

post officeee
pc: krishi jagran

ଏହି ଫ୍ରାଞ୍ଚାଇଜୀ ପାଇଁ ଆପଣଙ୍କୁ ମାତ୍ର ୫ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ମିଳିବା ପରେ କମିସନ୍‌ ଆକାରରେ ଆପଣ ଏକ୍ସଟ୍ରା ଅର୍ଥ ରୋଜଗାର କରିପାରିବେ। ଏହାବ୍ୟତିତ ଆପଣ ଏହାକୁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ଆପଣ ଅଫିସିଆଲ େଓ୍ଵବସାଇଟ www.indiapost.gov.in କୁ ଯାଇ ଆବେଦନ କରିପାରିବେ। ଏଥିରେ ଆପଣ ନିଜର ପିଡ଼ିଏଫ୍‌ ଫାଇଲ ମଧ୍ୟ ଡାଉନଲୋଡ କରିପାରିବେ। pdf ଫାଇଲ ପାଇଁ ସ୍କ୍ରିନରେ ଦିଆଯାଇଥିବା ଏହି ଲିଙ୍କ କୁ ବ୍ୟବହାର କରିପାରିବେ। www.indiapost.gov.in/VAS/DOP/_PDFFiles/Franchise.pdf । ଯେଉଁମାନଙ୍କୁ ସିଲେକ୍ଟ କରାଯିବ ତାଙ୍କ ପୋଷ୍ଟ ଡିପାର୍ଟମେଣ୍ଟ ସହ ଏମଓୟୁ ସାଇନ କରିବାକୁ ପଡିବ। ଏହାପରେ ହିଁ ସେ ନିଜ କାମ ଆରମ୍ଭ କରିପାରିବେ।

post office
pc: the economic times

ଏହାର ରୋଜଗାର ବିଶେଷ କରି ଏହାର କମିସନ ଉପରେ ନିର୍ଭର କରିଥାଏ। ଏଥିପାଇଁ ପୋଷ୍ଟ ଅଫିସ ତରଫରୁ ପ୍ରଡକ୍ଟ ସହ ସର୍ଭିସ ଦିଆଯାଏ। ଏହା ଉପରେ କମିସନ୍‌ ଦିଆଯାଏ । ଯାହାକି ଏମଓୟୁରେ ପ୍ରଥମରୁ ଲିଖିତ ଆକାରରେ ରହିଥାଏ। ଏବେ ଜାଣନ୍ତୁ କମିସନ କିପରି ଭାବେ ମିଳିଥାଏ।
-ରେଜିଷ୍ଟର୍ଡ ଆର୍ଟିକିଲ୍ସ ବୁକିଂରେ ୩ଟଙ୍କା କମିସନ ରହିଥାଏ।
-ସ୍ପିଡ ପୋଷ୍ଟ ଆର୍ଟିକିଲ୍ସ ବୁକିଂଉପରେ ୫ଟଙ୍କା କମିସନ ରହିଛି।
-୧୦୦ରୁ ୨୦୦ ଟଙ୍କା ମନିଅର୍ଡର ବୁକିଂ ଉପରେ ୩.୫୦ ପଇସା ରହିଛି।
-୨୦୦ ଟଙ୍କା ଉପରୁ ମନିଅର୍ଡର ପାଇଁ ୫ଟଙ୍କା ରହିଛି।
– ପ୍ରତିମାସରେ ରେଜିଷ୍ଟ୍ରର ଏବଂ ସ୍ପିଡ ପୋଷ୍ଟର ହଜାରରୁ ଅଧିକ ବୁକିଂ ରେ ୨୦% ପର୍ଯ୍ୟନ୍ତ କମିସନ ମିଳିବ।
-ପୋଷ୍ଟେଜ ଷ୍ଟାମ୍ପ , ପୋଷ୍ଟାଲ ଷ୍ଟେସନାରୀ ଏବଂ ମନିଅର୍ଡର ଫର୍ମ ବିକ୍ରି ଉପରେ ସେଲ ଆମାଉଣ୍ଟର ୫% କିମସନ।
-ରେଭେନ୍ୟୁ ଷ୍ଟାମ୍ପ , ସେଣ୍ଟ୍ରାଲ ରିକ୍ରୁଟମେଣ୍ଟ ଷ୍ଟାମ୍ପ ଆଦି ବିକ୍ରିରେ ରିଟେଲ ସର୍ଭିସ ଉପରେ ପୋଷ୍ଟାଲ ଡିପାର୍ଟମେଣ୍ଟ ରୋଜଗାରର ୪୦% କମିସନ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.