ମଝି ଆକାଶରେ ପ୍ରୋଟୋକଲ ଭାଙ୍ଗି ଅସୁସ୍ଥ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ମନ୍ତ୍ରୀ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ମନ୍ତ୍ରୀ ଦେଖାଇଲେ ମାନବିକତା । ପ୍ରୋଟୋକଲ ଭାଙ୍ଗି ବିମାନରେ ଅସୁସ୍ଥ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ । ଏପରି କିଛି କାମ କରିଛନ୍ତି କେନ୍ଦ୍ରୀୟ ଅର୍ଥରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କରାଡ। ବିମାନ ମଝି ଆକାଶରେ ଉଡୁଥିବା ସମୟରେ ହଠାତ୍‌ ଅସୁସ୍ଥ ହୋଇପଡିଥିବା ସହ-ଯାତ୍ରୀଙ୍କୁ ସାହାଯ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ଭାଗବତ କରାଡଙ୍କୁ ପ୍ରଶଂସା କରିଛନ୍ତି ।

ମୋଦି କହିଛନ୍ତି,’ମୋର ସହକର୍ମୀଙ୍କ ଦ୍ୱାରା କରାଯାଇଥିବା ଏହା ଅତ୍ୟନ୍ତ ଚମତ୍କାର କାର୍ଯ୍ୟ ।’ ସେ କହିଛନ୍ତି, ମଙ୍ଗଳବାର ବିମାନ ଉଡ଼ାଣ ସମୟରେ ଅସୁସ୍ଥ ହୋଇପଡିଥିବା ଯାତ୍ରୀଙ୍କୁ କରାଡ ସାହାଯ୍ୟ କରିଥିବାରୁ ଅତ୍ୟନ୍ତ ଧନ୍ୟବାଦ । ସୂଚନା ଯୋଗ୍ୟ କି, ଇଣ୍ଡିଗୋର ଦିଲ୍ଲୀ-ମୁମ୍ବାଇ ବିମାନ ଉଡ଼ାଣ ସମୟରେ ଯାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ । ତେବେ ଶିଶୁରୋଗ ବିଶେଷଜ୍ଞ ମନ୍ତ୍ରୀ କରାଡ ଯାତ୍ରୀଙ୍କୁ ପ୍ରଥମ ସହାୟତା ପ୍ରଦାନ କରିଥିଲେ ।


କେନ୍ଦ୍ର ଅର୍ଥମନ୍ତ୍ରୀ କରାଡଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ରକ୍ତଚାପ ହେତୁ ଯାତ୍ରୀ ମୁଣ୍ଡ ବୁଲାଇଥିବାର ଅଭିଯୋଗ ହୋଇଛି । ଏହା ପରେ କରାଡ ଯାତ୍ରୀଙ୍କ ନିକଟରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରିଥିଲେ । ବିବୃତ୍ତି ଅନୁଯାୟୀ ଡଃ କରାଡ ଖସିପଡିଥିବା ଯାତ୍ରୀଙ୍କୁ ସାହାଯ୍ୟ କରିଥିଲେ ।

ସୂଚନାଯୋଗ୍ୟ, ଡାକ୍ତର ଭାଗବତ କରାଡ ମହାରାଷ୍ଟ୍ର ସାଂସଦ ରହିଥିଲେ। ଜୁଲାଇ ୨୦୨୧ରେ ସେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାବେ ମୋଦି ସରକାରରେ ସାମିଲ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.