Below header

ଟାଟାର ନୂଆ ଇଲେକ୍ଟ୍ରିକ୍ କାର, ଗୋଟିଏ ଚାର୍ଜରେ ଚାଲିବ 400 କିଲୋମିଟର

ବର୍ତ୍ତମାନ ଅଧିକ ମାତ୍ରାରେ ଇଲେକ୍ଟ୍ରିକ୍ ଗାଡ଼ିର ଚାହିଦା ବଢ଼ିବାରେ ଲାଗିଛି। ସେଥିପାଇଁ କମ୍ପାନୀ ଗୁଡ଼ିକ ମଧ୍ୟ ନୂଆ ନୂଆ ଦମଦାର ଫିଚର୍ ସହିତ ଗାଡ଼ି ଲଞ୍ଚ କରୁଛନ୍ତି। ତେବେ ଟାଟା ମଧ୍ୟ ନିଜର ନୂଆ ଇଭି କାର ଟାଟାର ଫିଚର୍ ବିଷୟରେ କହିଛି। ଏହାର ଡିଜାଇନ୍ ଦେଖିବା ପାଇଁ ଏକଦମ୍ ସଫାରି ପରି। ଏହା ବ୍ୟତୀତ ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ କମ୍ପାନୀ ସ୍ଲିକ୍ କିମ୍ବା ନକ୍ସନ୍ ଇଭିର ଏକ ଅପଡେଟ୍ ଭର୍ସନ ମଧ୍ୟ ଉପସ୍ଥାପନ କରିପାରିବ। ଯାହା ଏକ ବଡ଼ ବ୍ୟାଟେରୀ ପ୍ୟାକ୍ ଏବଂ ନୂତନ ଟେକ୍ନିକାଲ ଫିଚର୍ ସହିତ ମାର୍କେଟକୁ ଆସିଛି। ଟାଟା ଇଲେକ୍ଟ୍ରିକ୍ ନିକଟରେ ଦୁଇଟି ନୂଆ ନାମ କର୍ଭ ଏବଂ ସ୍ଲିକ୍ ଟ୍ରେଡ୍ ମାର୍କ କରିଛି।

ଏହାର ପ୍ରଡକ୍ସନ ଭର୍ସନ ୨୦୨୫ ପରେ ବଜାରରେ ପରିଚିତ ହେବାର ସମ୍ଭାବନା ଅଛି। ଏହି ଇଲେକ୍ଟ୍ରିକ୍ କାର୍ ଦେଖିବାକୁ ଖୁବ୍ ଆକର୍ଷଣୀୟ। ଏହି କାର୍ ର ମୂଲ୍ୟ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। କିନ୍ତୁ ଏହାର ମୁଖ୍ୟ ଅଧିକ ରହିବ ବୋଲି ଅନୁମାନ କରାଯାଉଛି। ଏହି ନୂଆ ଟାଟା ନକ୍ସନ୍ ଇଭି ଏକ 40kWh ବ୍ୟାଟେରୀ ପ୍ୟାକ୍ ସହିତ ମାର୍କେଟରେ ଲଞ୍ଚ ହୋଇଛି।

ଯେଉଁଥିରେ ଗୋଟିଏ ଚାର୍ଜରେ 400 କିଲୋମିଟର ପର୍ଯ୍ୟନ୍ତ ବ୍ୟାଟେରୀ ରହିପାରିବ। ଏହା ପରେ, ଏହି ବୈଦ୍ୟୁତିକ ଏସୟୁଭିରେ ଏୟାର ପ୍ୟୁରିଫାୟର୍, ଭେଣ୍ଟିଲେଟେଡ୍ ସିଟ୍, ପାର୍କ ମୋଡ୍ ଏବଂ ଇଲେକ୍ଟ୍ରୋନିକ୍ ଷ୍ଟେବୁଲ୍ ପ୍ରୋଗ୍ରାମ ସହିତ ଅନେକ ବିଶେଷ ଫିଚର୍ ରହିଛି। ଆସନ୍ତା ମାସରେ ନକ୍ସନ୍ ଲଞ୍ଚ କରାଯିବ ବୋଲି ସୂଚନା ରହିଛି। ଏହା ଦେଖିବାକୁ ଏକଦମ୍ ସଫାରୀ ପରି। ତେବେ ଏହାର ଫିଚର୍ ମଧ୍ୟ ସମାନ ଥିବା ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.