Tata Sky ଲଂଚ୍ କଲା ୪ ଟି ନୂଆ ପ୍ଲାନ୍, ପ୍ରାରମ୍ଭିକ ମୂଲ୍ୟ ମାତ୍ର ୪୯ ଟଙ୍କା

ଟାଟା ସ୍କାଏ ଗ୍ରାହକଙ୍କ ପାଇଁ ଖୁସି ଖବର । ନୂଆ ପ୍ୟାକ୍ ଲଂଚ୍ କରୁଛି ଟାଟା ସ୍କାଏ । ଯାହାର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୪୯ ଟଙ୍କା । ତେବେ ଆସନ୍ତୁ ଜାଣିବା ଟାଟା ସ୍କାଏର ଏହି ନୂଆ ପ୍ଲାନ୍ ବିଷୟରେ ।

ସର୍ବପ୍ରଥମେ ଟାଟା ସ୍କାଏ ଏହି ପ୍ଲାନ୍ ବଙ୍ଗାଳୀ ଗ୍ରାହକଙ୍କ ପାଇଁ ଲଂଚ୍ କରିଛି । ଯାହା ପରେ ଅନ୍ୟ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ଏହି ପ୍ୟାକର ପ୍ରାରମ୍ଭିକ ମୂଲ୍ୟ ୪୯ ଟଙ୍କା । କମ୍ପାନୀ ୪ଟି ବଙ୍ଗାଳୀ ପ୍ୟାକ୍ ଲଂଚ୍ କରିଛି । ଯେଉଁଥିରେ ରହିଛି ଷ୍ଟାର୍ ବଙ୍ଗାଳୀ ଭାଲ୍ୟୁ ଏ ପ୍ୟାକ, ବଙ୍ଗାଳୀ ଭାଲ୍ୟୁ ବି ପ୍ୟାକ, ବଙ୍ଗାଳୀ ଭାଲ୍ୟୁ ପ୍ରିମିୟମ ଏ ପ୍ୟାକ ଏବଂ ବଙ୍ଗାଳୀ ଭାଲ୍ୟୁ ପ୍ରିମିୟମ ବି ପ୍ୟାକ୍ ରହିଛି । ଟାଟା ସ୍କାଏ ର ଏହି ଚାରିଟି ଯାକ ପ୍ଲାନ୍ ଷ୍ଟାର୍ ଟିଭି ଚ୍ୟାନେଲ୍ ପାଇଁ ।

ଏହି ଚାରିଟି ପ୍ୟାକ୍ ମଧ୍ୟରୁ ସବୁଠାରୁ ଶସ୍ତା ହେଉଛି ବଙ୍ଗାଳୀ ଭାଲ୍ୟୁ ଏ ପ୍ୟାକ୍ ଯାହାର ମୂଲ୍ୟ ମାତ୍ର ୪୯ ଟଙ୍କା । ତେବେ ଟ୍ୟାକ୍ସ ପରେ ଏହାର ମୂଲ୍ୟ ହେଉଛି ୫୭.୮ ଟଙ୍କା । ଏଥିରେ ଗ୍ରାହକଙ୍କୁ ମିଳିବ ୧୪ଟି ଏଚଡି ଚ୍ୟାନେଲ୍ ।  ସେହିପରି ବଙ୍ଗାଳୀ ଭାଲ୍ୟୁ ବି ପ୍ୟାକର ମୂଲ୍ୟ ମଧ୍ୟ ଟ୍ୟାକ୍ସ ସହ ୫୭.୮ ଟଙ୍କା । ଏଥିରେ ମଧ୍ୟ ପ୍ଲାନ୍ ଏ ପରି ୧୪ଟି ଏଚଡି ଚ୍ୟାନେଲ୍ ରହିବ ।

ଅନ୍ୟପଟେ ବଙ୍ଗାଳୀ ଭାଲ୍ୟୁ ପ୍ରିମିୟମ ଏ ପ୍ୟାକର ମୂଲ୍ୟ ରହିଛି ୭୯ ଟଙ୍କା ଯାହା ଟ୍ୟାକ୍ସ ସହ ହେଉଛି ୯୩.୨ ଟଙ୍କା । ଏଥିରେ ଆପଣଙ୍କୁ ୧୭ ଟି ଚ୍ୟାନେଲ୍ ମିଳିବ । ସେହିପରି ବଙ୍ଗାଳୀ ଭାଲ୍ୟୁ ପ୍ରିମିୟମ ବି ପ୍ୟାକର ମୂଲ୍ୟ ହେଉଛି ୧୦୦.୩୦ ଟଙ୍କା । ଏଥିରେ ପ୍ରାୟ ୨୧ ଟି ଚ୍ୟାନେଲ୍ ଦେଖି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.