Below header

Tata Sky ଗ୍ରାହକଙ୍କୁ ଦେଲା ବଡ ଝଟକା, ବଢ଼ାଇଲା ନିଜ ସେଟ ଅପ ବକ୍ସ ଦର

ଟ୍ରାଇ ତରଫରୁ ଏନ୍ଟିଓ ୨.୦ ଲାଗୁ ହେବା ପରେ ଟାଟା ସ୍କାଏ କମ୍ପାନୀ ନିଜ ସେଟ ଅପ ବକ୍ସର ଦର ବଢ଼ାଇ ଦେଇଛି । ଏବେ ପର୍ଯ୍ୟନ୍ତ ଟାଟା ସ୍କାଏ ସେଟ ଅପ ବକ୍ସ ୧୩,୦୦ ଟଙ୍କାରେ ମିଳୁଥିବା ବେଳେ ଏହାର ମୂଲ୍ୟ କମ୍ପାନୀ ୧୪,୯୯ ଟଙ୍କା କରିଦେଇଛି । କହି ରଖିବା ଉଚିତ ହେବକି, ଗତ ଜାନୁଆରୀ ମାସରେ ହିଁ କମ୍ପାନୀ ନିଜ ସେଟ ଅପ ବକ୍ସର ମୂଲ୍ୟ କମାଇ ଥିଲା । ତେବେ ଆସନ୍ତୁ ଜାଣିବା ଟାଟାର ନୂଆ ସେଟ ଅପ ବକ୍ସର ଦର ବିଷୟରେ:
ଦର ବଢିବା ପରେ କମ୍ପାନୀର ଏସ୍ଡି,ଏଚଡ଼ି ସେଟ ଅପ ବକ୍ସର ମୂଲ୍ୟ ୧୪୯୯ ଟଙ୍କା ରଖାଯାଇଛି ।

ସେଟ ଅପ ସହ କମ୍ପାନୀ ନିଜ ମଲ୍ଟି ଟିଭ କନେକ୍ସନ ମୂଲ୍ୟ ବି ବୃଦ୍ଧି କରିଛି । ପୂର୍ବରୁ ଟାଟାର ମଲ୍ଟି ଟିଭି କନେକ୍ସନ ଦର ୧୨,୯୯ ଟଙ୍କା ଥିବା ବେଳେ ଏବେ ଏହାର ମୂଲ୍ୟ ୧୩,୯୯ ଟଙ୍କାରେ ପହଞ୍ଚିଛି । ଟାଟାର ଅଫିସିଆଲ ୱେବସାଇଟରେ ଆପଣ ଲାଗୁ ହୋଇଥିବା ନୂଆ ଦର ବିଷୟରେ ଅଧିକ ପାଇପାରିବେ । ଅନ୍ୟ ପକ୍ଷରେ ଏଚଡ଼ି ଟିଭି କନେକ୍ସନ ମୂଲ୍ୟ ବି ୧,୧୯୯ ଟଙ୍କା ହୋଇଯାଇଛି । ଯେବେକି ପୂର୍ବରୁ ଏହାର ମୂଲ୍ୟ ମାତ୍ର ୯୯୯ ଟଙ୍କା ହିଁ ଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.