Below header

ସଲ୍‌ମାନ ଖାନ୍‌ଙ୍କୁ ଘାରିଲା କରୋନା ଭୟ, ‘ନମସ୍ତେ’ କହି ଫ୍ୟାନ୍‌ମାନଙ୍କୁ ସତର୍କ କରାଇଲେ ଏହି ଅଭିନେତା

ଘାତକ କରୋନା ଭାଇରସ୍‌କୁ ନେଇ କେବଳ ସାଧାରଣ ଲୋକେ ନୁହେଁ, ବରଂ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଭୟଭୀତ ହୋଇଯାଇଛନ୍ତି। ବଲିଉଡ୍‌ର ଦବଙ୍ଗ ଆକ୍ଟର ସଲ୍‌ମାନ ଖାନଙ୍କୁ ମଧ୍ୟ କରୋନା ଭୟ ଘାରିଛି। ଏଥିପାଇଁ ସେ ନିଜ ଫ୍ୟାନ୍‌ମାନଙ୍କୁ ସତର୍କ କରାଇଛନ୍ତି।

କରୋନାକୁ ନେଇ ସଲ୍‌ମାନ ସୋସିଆଲ ମିଡିଆରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ଜିମ୍‌ରେ ବସି ଫଟୋ ଶେୟାର କରିବା ସହ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଯେ ‘ବର୍ତ୍ତମାନ ହାତ ମିଳାଇବାଠୁ ଦୂରେଇ ରୁହନ୍ତୁ’। ଏହାସହ କହିଛନ୍ତି, ‘ନମସ୍କାର…ଆମ ସଭ୍ୟତାରେ ନମସ୍ତେ ଓ ସଲାମ୍‌ ରହିଛି! ଯେବେ କରୋନା ଭାଇରସ୍‌ ଶେଷ ହୋଇଯିବ, ସେତେବେଳେ ହାତ ମିଳାଇବେ ଏବଂ ଆଲିଙ୍ଗନ କରିବେ’। କହି ରଖୁଛୁ, ପୂର୍ବରୁ ମଧ୍ୟ ଅନୁପମ ଖେର୍‌ ଲୋକଙ୍କୁ ନମସ୍ତେ କହି କରୋନା ଭାଇରସ୍‌ଠୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.