ଜବରଦସ୍ତ ଫିଚର୍ସ ସହିତ ଲଞ୍ଚ ହେଲା Tata Tigor EV, ଜାଣନ୍ତୁ ଦାମ୍ ଏବଂ ଫିଚର୍ସ

ଫେଷ୍ଟିଭ୍ ସିଜନ ପୂର୍ବରୁ ଟାଟା ମୋଟର୍ସ ଜୋରଦାର ପ୍ରସ୍ତୁତ ଆରମ୍ଭ କରିଦେଇଛି । ଏବେ କମ୍ପାନୀ ଟାଟା ଟିଗୋରର ଇଲେକ୍ଟ୍ରିକ୍ ଭର୍ସନ ଲଞ୍ଚ୍ କରିଛି। ଯାହାର ଦାମ୍ ୧୧.୯୯ ଲକ୍ଷ ଟଙ୍କା ରହିଛି। ଟାଟା ଟିଗୋର ଇଲେକ୍ଟ୍ରିକ୍ ୩ ଭେରିଏଣ୍ଟରେ ମିଳିବ ।

ନୂଆ ଟାଟା ଟିଗୋର ଇଭିରେ କଷ୍ଟମର୍ସଙ୍କୁ ଉତ୍ତମ ସେଫ୍ଟି ଫିଚର୍ସ ମିଳିବ । ଏଥିରେ ହିଲ୍ ଏସେଣ୍ଟ, ହିଲ୍ ଡିସେଣ୍ଟ କଣ୍ଟ୍ରୋଲ, ଡୁଆଲ୍ ଏୟାରବେସ୍, ଏବିଏସ୍ ୱିଥ୍ ଇବିଡି ସହିତ ସିଏସସି ଅର୍ଥାତ୍ କର୍ଣ୍ଣରିଂ ଷ୍ଟେବିଲିଟି କଣ୍ଟ୍ରୋଲ ଭଳି ଫିଚର୍ସ ମିଳିବ । ଏହା ବ୍ୟତୀତ ଏହି କାର୍ IP67 ରେଟେଡ୍ ବ୍ୟାଟେରୀ ପ୍ୟାକ୍ ଓ ମୋଟର ସହିତ ଉପଲବ୍ଧ ହେବ । ଟାଟା ମୋଟର୍ସ କହିଛି ଯେ, ଟିଗୋର ଇଭି ଏବେ ଦେଶର ସବୁଠାରୁ ସେଫ୍ ଇଲେକ୍ଟ୍ରିକ୍ ସେଡାନ୍ କାର୍ ହେବ ।

ନୂଆ ଟାଟା ଟିଗୋର ଇଭିକୁ ଫାଷ୍ଟ ଚାର୍ଜରରେ ୧ ଘଣ୍ଟାରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରିହେବ । ନର୍ମାଲ ଚାର୍ଜରରେ ଏହା ୮ ଘଣ୍ଟା ସମୟ ଲାଗିବ । କମ୍ପାନୀ ଏଥିରେ ୨୬ କେଡବ୍ଲୁଏଚର ଲିଥିୟମ୍ ଆୟନ ବ୍ୟାଟେରୀ ପ୍ୟାକ୍ ହେବ ଯାହା କି ୭୪ ବିଏଚପି ପର୍ଯ୍ୟନ୍ତ ପାୱର ଓ ୧୭୦ ଏନଏମ୍ ପର୍ଯ୍ୟନ୍ତ ଟର୍କ ଜେନେରେଟ୍ କରିବାରେ ସକ୍ଷମ ହେବ । ଟାଟା ମୋଟର୍ସ ଏହି କାରରେ ୮ ବର୍ଷ ଓ ୧,୬୦,୦୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାଟେରୀରେ ୱାରେଣ୍ଟି ଦେଉଛି ।

ଟାଟା ମୋଟର୍ସର ଅଫିସିଆଲ୍ ୱେବସାଇଟ୍ ଅନୁସାରେ ଭାରତରେ ଟାଟା ଟିଗୋରର ଇଲେକ୍ଟ୍ରିକ୍ ଭର୍ସନ ଥରେ ଫୁଲ୍ ଚାର୍ଜ ହେଲେ ୩୦୬ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏଥିରେ ଟାଟା ଟିଗୋର ଇଭି ଏକ୍ସଇର ଦାମ୍ ୧୧.୯୯ ଲକ୍ଷ ଟଙ୍କା । ଟାଟା ଟିଗୋର EV XMର ଦାମ୍ ୧୨.୪୯ ଲକ୍ଷ ଟଙ୍କା ଏବଂ Tata Tigor EV XZ+ର ଦାମ୍ ୧୨.୯୯ ଲକ୍ଷ ଟଙ୍କା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.