Telegram ବିଶ୍ୱ ସ୍ତରରେ ୧ ବିଲିୟନରୁ ଅଧିକ ଥର କରାଯାଇଛି ଡାଉନଲୋଡ୍‌, ଭାରତରେ ସବୁଠାରୁ ଅଧିକ

Telegram ଲାଟେଷ୍ଟ ଆପ୍‌, ଯାହାକି ବିଶ୍ୱ ସ୍ତରରେ ୧ ବିଲିୟନ ଡାଉନଲୋଡ୍‌ସ ସଂଖ୍ୟା ପାର୍‌ କରି ନେଇଛି। ଏହି ଡାଟା ସେନ୍ସର ଟାଓ୍ଵର ସେୟାର କରିଛି। Telegram ଆପ୍‌ ୨୦୧୩ରୁ ଉପଲବ୍ଧ ହୋଇଛି ଏବଂ ମାର୍କେଟରେ ଏହାର କଡ଼ା ମୁକାବିଲା WhatsApp ଓ ଫେସ୍‌ବୁକ ମେସେଞ୍ଜର ସହ ରହିଛି। WhatsApp ପ୍ରାଇଭେସି ପଲିସି ବିବାଦ ସମୟରୁ ଏହି ଆପ୍‌ ଅଧିକ ହାଇଲାଇଟ୍‌ ହୋଇଥିଲା ଏବଂ ଏହାକୁ ଖୁବ୍‌ ଗ୍ରୋଥ୍‌ ବି ମିଳିଥିଲା।

ସେନ୍ସର ଟାଓ୍ଵର କହିଛି କି, Telegram ବିଶ୍ୱରେ ୧ ବିଲିୟନ ଡାଉନଲୋଡ୍‌ସ ସଂଖ୍ୟା ୨୭ ଅଗଷ୍ଟରେ ପାର୍‌ କରିଛି। ଏହି ଲିଷ୍ଟରେ ଅନ୍ୟ ଯେଉଁ ଆପ୍ସ ସାମିଲ ଅଛନ୍ତି, ସେଗୁଡ଼ିକ ହେଲା, WhatsApp, Messenger, Facebook, Instagram, Snapchat, Spotify ଓ Netflix।

ସେନ୍ସର ଟାଓ୍ଵର ଦ୍ୱାରା ସେୟାର କରାଯାଇଥିବା ତଥ୍ୟ ମୁତାବକ, ଭାରତ ଟେଲିଗ୍ରାମ ପାଇଁ ସବୁଠାରୁ ବଡ଼ ଇଣ୍ଟରନେଟ୍‌ ବଜାର ରୂପେ ଛିଡ଼ା ହୋଇଛି। ଏଠାରୁ ପାଖାପାଖି ୨୨ ପ୍ରତିଶତ ଲାଇଫ୍‌ଟାଇମ ଇନ୍‌ଷ୍ଟଲ ମିଳିଛି। ଭାରତ ପରେ ରୁଷ ଓ ଇଣ୍ଡୋନେସିଆ ଦୁଇ ପ୍ରମୁଖ ବଜାର ରହିଛନ୍ତି। ଏଠାରୁ ମୂଳ ଇନ୍‌ଷ୍ଟଲର ଯଥାକ୍ରମେ ୧୦ ଏବଂ ୮ ପ୍ରତିଶତ ଇନ୍‌ଷ୍ଟଲ ମିଳିଛି।

୨୦୨୧ର ପ୍ରଥମ ଛଅ ମାସରେ ଟେଲିଗ୍ରାମ ୨୧୪.୭ ମିଲିୟନ ଇନ୍‌ଷ୍ଟଲ ପର୍ଯ୍ୟନ୍ତ ପହଞ୍ଚି ଯାଇଛି, ଯାହାକି ୨୦୨୦ର ସମାନ ଅବଧିରେ ରିପୋର୍ଟ କରାଯାଇଥିବା ୧୩୩ ମିଲିୟନରୁ ୬୧ ପ୍ରତିଶତ ବାର୍ଷିକ ବୃଦ୍ଧି ଦର୍ଶାଉଛି। କହି ରଖୁଛୁ, ସେନ୍ସର ଟାଓ୍ଵର ଦର୍ଶାଇଥିବା ସଂଖ୍ୟା ଆପ୍‌ର ଆକ୍ଟିଭ୍‌ ୟୁଜର ବେସ୍‌କୁ ରିପ୍ରେଜେଣ୍ଟ କରେ ନାହିଁ। ଯଦିଓ ଟେଲିଗ୍ରାମ ଗତବର୍ଷ କହିଥିଲା କି, କମ୍ପାନୀ ପାଖରେ ପାଖାପାଖି ୫୦୦ ମିଲିୟନ ମାସିକ ଆକ୍ଟିଭ ୟୁଜର୍ସ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.