Marutiର ଏହି ୪ ଜବରଦସ୍ତ କାର ଉପରେ ମିଳୁଛି ୫୦ ହଜାର ପର୍ଯ୍ୟନ୍ତ ଭାରି ଡିସକାଉଣ୍ଟ, ଏମିତି କରନ୍ତୁ ଚେକ୍‌

ଦେଶର ସବୁଠାରୁ ବଡ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ନିଜର କାର ଉପରେ ଭାରି ଡିସକାଉଣ୍ଟର ଅଫର ଦେଉଛି। ଏଥିରେ କ୍ୟାସ ଡିସକାଉଣ୍ଟ ସହିତ ଏକ୍ସଚେଞ୍ଜ ବେନିଫିଟ୍ସ ମଧ୍ୟ ସାମିଲ ରହିଛି। ଏହି ସମସ୍ତ ମଡେଲ କମ୍ପାନୀର ଡିଲରସିପରେ ଉପଲବ୍ଧ ହେବ।

ମାରୁତି ସୁଜୁକି ଡିଜାୟର ଫେସଲିଫ୍ଟ

ସେପ୍ଟେମ୍ବର ମାସରେ ଆପଣ ଏହି କାରକୁ କିଣିଲେ ୩୭,୦୦୦ ଟଙ୍କାର ରିହାତି ପାଇପାରନ୍ତି। ଏଥିରେ ୧୦,୦୦୦ ଟଙ୍କାର କ୍ୟାସ ଡିସକାଉଣ୍ଟ, ୨୫,୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ୍‌ ଏବଂ ୨,୦୦୦ ଟଙ୍କାର କର୍ପୋରେଟ ବୋନସ୍‌ ମିଳିବ।

ମାରୁତି ସୁଜୁକି ଏସ-ପ୍ରେସୋ

ଏହାଉପରେ ୪୩ ହଜାର ଟଙ୍କା ପଯ୍ୟର୍ନ୍ତ ଫାଇଦା ମିଳିପାରେ। ଏଥିରେ ୨୦ ହଜାର ଟଙ୍କାରର କ୍ୟାସ ଡିସକାଉଣ୍ଟ ମଧ୍ୟ ସାମିଲ ରହିଛି। ଏହାଛଡା ୨୦ ହଜାର ଟଙ୍କାର ଏକ୍ସଚେଞ୍ଜ ବେନିଫିଟ୍‌ ଏବଂ ୩,୦୦୦ ଟଙ୍କାର କର୍ପୋରେଟ ବେନିଫିଟ୍‌ ମଧ୍ୟ ସାମିଲ ରହିଛି।

swiftମାରୁତି ସୁଜୁକି ସ୍ୱିଫ୍ଟ

ଏହି କାରର କ୍ରୟ ଉପରେ ୩୭,୦୦୦ ଟଙ୍କାର ଡିସକାଉଣ୍ଟ ଆପଣ ନିର୍ଦ୍ଧିଷ୍ଟ ସମୟ ଭିତରେ ପାଇପାରିବେ। ଏହାର ୧୫,୦୦୦ ଟଙ୍କା କ୍ୟାସ ଡିସକାଉଣ୍ଟ ସହିତ ୨୦,୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ୍‌ ମଧ୍ୟ ମିଳିବ। ଏହାସହିତ ୨୦୦୦ ଟଙ୍କାର କର୍ପୋରେଟ ଡିସକାଉଣ୍ଟର ଫାଇଦା ମଧ୍ୟ ଆପଣ ଉଠାଇପାରିବେ।

ମାରୁତି ସୁଜୁକି ସେଲେରିଓ

ମାରୁତିର ଏହି କାର ଉପରେ ୪୮,୦୦୦ ଟଙ୍କାର ଡିସକାଉଣ୍ଟ ମିଳୁଛି। ଏଥିରେ ୨୫ ହଜାର ଟଙ୍କାର କ୍ୟାସ ଡିସକାଉଣ୍ଟ କମ୍ପାନୀ ତରଫରୁ କରାଯାଉଛି। ଏହାବ୍ୟତୀତ ୨୦,୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ୍‌ ମଧ୍ୟ ଏହି କାର ଉପରେ ମିଳୁଛି। ୩ ହଜାର ଟଙ୍କାର କର୍ପୋରେଟ ଡିସକାଉଣ୍ଟ ମିଳିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.