ଏଣିକି ବ୍ଲଡ଼ ସୁଗାର ବାବଦରେ ସଠିକ ତଥ୍ୟ ଦେବ “ଲିଭର ସେନ୍ସ”, ତିନି ଫୁଟ ଗଭୀର ପାଣିରେ ବି ୩୦ ମିନିଟ ପର୍ଯ୍ୟନ୍ତ କରିବ କାମ

ଶରୀରରେ ଶର୍କରା ପରିମାଣ ବଢିଲେ ବା କମିଲେ ଏହା ଶରୀର ପାଇଁ ଘାତକ ହୋଇଥାଏ । ଯେଉଁମାନଙ୍କର ଡାଇବେଟିସ ଉଚ୍ଚ ରହିଥାଏ ଓ ସେମାନେ ନିୟମିତ ଭାବରେ ଇନସୁଲିନ ନେଉଥାନ୍ତି । ସେମାନଙ୍କୁ ଡାକ୍ତର ଦିନରେ ତିନି ରୁ ଚାରି ଥର ନିଜ ନିଜ ରେଟିଙ୍ଗର ଏକ ରେକର୍ଡ ମେଣ୍ଟେନ କରିବା ପାଇଁ ପରାମର୍ଶ ଦେଇଆନ୍ତି । ଅନେକେ ନିଜ ନିଜ ଘରେ ଏକ ବ୍ୟକ୍ତିଗତ ମେସିନ ରଖିଥିବା ବେଳେ କେତେଜଣଙ୍କୁ ଏଥିପାଇଁ ବାରମ୍ବାର କ୍ଲିନିକ ଯିବାକୁ ପଡିଥାଏ । ଅନେକ ସମୟରେ ବି ଘରେ ରଖିଥିବା ମେସିନ ବି ସଠିକ ରେଟିଙ୍ଗ ଦେଇନଥାଏ । କିନ୍ତୁ ରୋଗୀ ମାନଙ୍କ ଏହି ଅସୁବିଧାକୁ ଦୂର କରିବା ପାଇଁ ଆମେରିକାର ଏକ ପ୍ରସିଦ୍ଧ ଔଷଧ ନିର୍ମାଣକାରୀ କମ୍ପାନୀ Abortt ପକ୍ଷରୁ ଏକ ନୂଆ “ଗ୍ଲୁକୋଜ ସେନ୍ସର” ପ୍ରସ୍ତୁତ କରାଯାଇଥିବା ନେଇ ଦାବି କରାଯାଇଛି । ଆମେରିକାର

ଇଲିଆନ୍ସ ସ୍ଥିତ ଏବୋର୍ଟ କମ୍ପାନୀ “ଲିଭର ସେନ୍ସ” ନାମକ ଏକ ଗୋଲାକାର ବାଇଓସେନ୍ସର ପ୍ରସ୍ତୁତ କରିଛନ୍ତି । ଏହି ମେସିନଟି “ଫ୍ରି ଷ୍ଟାଇଲ ଲିଭର” ଟେକନିକ ଉପରେ ହିଁ କାର୍ଯ୍ୟ କରିଥାଏ । ପାଖାପାଖି ଦୁଇ ପାଉଣ୍ଡ ଓଜନର ଏହି ମେସିନଟି ଏକ ପଟ୍ଟି ମାଧ୍ୟମରେ ଶରୀର ସହିତ ଲାଖି ଯାଇପାରିବ । ପଟ୍ଟୀରେ ଲାଗିଥିବା ୦.୨ ଇଞ୍ଚର ଏକ ଛୁଞ୍ଚି ଧମନୀରେ ପ୍ରଭାହିତ ହେଉଥିବା ରକ୍ତ ପର୍ଯ୍ୟନ୍ତ ପହଂଚି କାର୍ଯ୍ୟ କରିବା ଆରମ୍ଭ କରିଥାଏ । ଏହା ପରେ “ଲିଭର ସେନ୍ସର”ରେ ମହଜୂତ ଥିବା ସେନ୍ସର ଶର୍କରା ମାତ୍ରା ନିରୂପଣ କରି ଏବାବଦରେ ସ୍ମାର୍ଟଫୋନରେ ସୂଚନା ଦେଇଥାଏ ।

The Diabetes Diet - HelpGuide.org

ଏହାକୁ ନିର୍ମାଣ କରିଥିବା ସଂସ୍ଥା ଅନୁଯାୟୀ, ଏହି ଲିଭର ସେନ୍ସର ମଧୁମେହ ରୋଗୀଙ୍କ ବ୍ୟତୀତ, ବ୍ୟାୟାମକାରୀ, ଆଥଲେଟ ମାନଙ୍କ ପାଇଁ ବି ବିଶେଷ ଉପଯୋଗୀ ହୋଇପାରିବ । ଏକ୍ସରସାଇଜ କିମ୍ବା ବ୍ୟାୟାମ ସମୟରେ ଶରୀରରେ ଦେଖାଯାଉଥିବା ପରିବର୍ତ୍ତନ ବାବଦରେ ବି ଏହା ସଠିକ ରିପୋର୍ଟ ଦେଇପାରିବ । ସ୍ମାର୍ଟଫୋନର ବ୍ଲୁ ଟୁଥ ଜରିଆରେ ସେନ୍ସର ରିଅଲ ଟାଇମ ବ୍ଲଡ଼ ସୁଗାର ବାବଦରେ ସୂଚନା ଦେବ ।
ଜାଣି ରଖନ୍ତୁ ଏହାର ବ୍ୟବହାର କରିବା ପୂର୍ବରୁ କଣ କଣ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ:

– ଲିଭର ସେନ୍ସର ୧୪ ଦିନ ପର୍ଯ୍ୟନ୍ତ ବ୍ଲଡ଼ ସୁଗାର ବାବଦରେ ସଠିକ ସୂଚନା ଦେଇପାରିବ । କିନ୍ତୁ ଏହା ପରେ ବ୍ଲଡ଼ ସୁଗାର ରିଡିଂଗ ପାଇଁ ଏହାକୁ ବଦଳେଇବାକୁ ପଡିବ ।

– କିନ୍ତୁ ଏହାର ନିର୍ମାତା ମାନେ ଦାବି କରିଛନ୍ତିକି ଧୂଳି, ମାଟି, ଧୂଆଁ, ପାଣି ଆଦିର ପ୍ରଭାବ ଏହା ସଠିକ ତଥ୍ୟ ଦେଇପାରିବ ।

-୩ ଫୁଟ ପର୍ଯ୍ୟନ୍ତ ଗଭୀର ପାଣିରେ ବି ଏହା ୩୦ ମିନିଟ ପର୍ଯ୍ୟନ୍ତ କାମ କରିପାରିବାର କ୍ଷମତା ରଖିଛି ।

– ୯୧  ପ୍ରତିଶତରୁ ଉର୍ଦ୍ଧ୍ବ ବ୍ୟବହାରକାରୀ କହିଛନ୍ତିକି, ଶରୀରରେ ଲାଖି ରହିଲେ ମଧ୍ୟ କୌଣସି ପ୍ରକାର ଦରଜ ହୋଇନଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.