Below header

ବାଲେଶ୍ଵର ପସରବିନ୍ଧା ଗ୍ରାମରୁ ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଜଳେଶ୍ବର: ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ପସରବିନ୍ଧା ଗ୍ରାମରେ ୧୨ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର। ଯାହାର ଓଜନ ୨୦ କିଲୋଗ୍ରାମରୁ ଅଧିକ ହେବ ବୋଲି ବନବିଭାଗ ସୂଚନା ଦେଇଛି।

ସୂଚନା ଅନୁଯାୟୀ ଭୋଗରାଇ ବ୍ଲକ ପସରବିନ୍ଧା ଗ୍ରାମର କିଛି ଲୋକେ ଆଜି ସକାଳୁ ବିଲକୁ କାମ କରିବା ପାଇଁ ଯାଇଥିବା ସମୟରେ ଏହି ଅଜଗର ସାପକୁ ଦେଖିବାକୁ ପାଇଥିଲେ । ପରେ ଅଜଗରକୁ ଉଦ୍ଧାର କରି ଗ୍ରାମବାସୀମାନେ ଏକ ଜାଲ ଭିତରେ ରଖି ଭୋଗରାଇ ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀ ପହଞ୍ଚି ସାପଟିକୁ ଉଦ୍ଧାର କରି ନେଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.