ଦୌଡ଼ ଶେଷ କରିବା ପୂର୍ବରୁ ବାଟ ଭୁଲିଗଲେ ଆଥଲେଟ୍‌, କିନ୍ତୁ ପଛରେ ଆସୁଥିବା ଖେଳାଳି ନିଜେ ହାରି ଜିତେଇ ଦେଲେ; ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସୋସିଆଲ ମିଡିଆରେ ସ୍ପେନର ଜଣେ ଦୌଡ଼ାଳୀଙ୍କୁ ଖୁବ ପ୍ରଶଂସା କରାଯାଉଛି । ୨୦୨୦ ସାଣ୍ଟାଣ୍ଡର ଡ୍ରାଇଥୋଲାନ ରେସରେ ସ୍ପେନର ଡିୟାଗୋ ମୋଟ୍ରିଣ୍ଡା ଏବଂ ବ୍ରିଟେନର ଜେମ୍‌ସ ଟିଗାଲ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ମୋଟ୍ରିଣ୍ଡା ନିଜ ଅଦ୍ଭୁତ ଖେଳ ଉପସ୍ଥାପନା କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ବିଟ୍ରିଶ ଆଥଲେଟ୍‌ ଜେମ୍ସ ଟିଗଲ ଫିନିସ ଲାଇନ ପୂର୍ବରୁ ରାସ୍ତା ଭୁଲି ବ୍ୟାରିଅର ସହିତ ଧକ୍କା ହୋଇଯାଇଥିଲେ, ଫଳରେ ଡିୟାଗୋ ମେଟ୍ରିଣ୍ଡାଙ୍କୁ ଫିନିଶ ଲାଇନ ପର୍ଯ୍ୟନ୍ତ ପହଞ୍ଚିବାର ସୁଯୋଗ ମିଳିଯାଇଥିଲା। ତାଙ୍କ ପାଖରେ ରେସ୍‌କୁ ଜିତିବାର ସୁବର୍ଣ୍ଣ ସୁଯୋଗ ଥାଇ ବି ଡିୟାଗୋ ଫିନିଶ ଲାଇନ ପର୍ଯ୍ୟନ୍ତ ନଯାଇ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଟିଗଲଙ୍କୁ ଲାଇନ ପର୍ଯ୍ୟନ୍ତ ପହଞ୍ଚିବାର ସୁଯୋଗ ଦେଇଥିଲେ। ସେ ଲାଇନ ନିକଟରେ ରହିଯାଇ ଟିଗଲଙ୍କୁ ଅପେକ୍ଷା କରିଥିଲେ ଓ ଟିଗଲ ପଛରୁ ଆସି ଲାଇନ ପର୍ଯ୍ୟନ୍ତ ପହଞ୍ଚି ରେସ୍‌କୁ ଶେଷ କରିଥିଲେ। ରେସ ଜିତି ଟିଗଲ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଦେଖନ୍ତୁ ଭିଡିଓ:

Video Courtesy: Top Perfects

ଡିୟାଗୋଙ୍କର ଏଭଳି କାର୍ଯ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ କରତାଳି ଦେଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଏହି ରେସ ପରେ ଡିୟାଗୋ କହିଛନ୍ତି ଟିଗାଲ ରେସର ସମ୍ପୂର୍ଣ୍ଣ ସମୟ ତାଙ୍କ ଠାରୁ ଆଗରେ ରହିଥିଲେ ଏବଂ ସେ ହିଁ ରେସ୍‌ ଜିତିବାର ପ୍ରକୃତ ଅଧିକାରୀ। ଟିଗାଲଙ୍କୁ ସ୍ପେନିଶ ଡ୍ରାଇଏଥଲିଟ ତରଫରୁ ୩୦୦ ୟୁରୋ ଏବଂ ସମ୍ମାନ ରୂପରେ ତୃତୀୟ ସ୍ଥାନ ମିଳିଥିଲା । ଟିଗଲଙ୍କ କହିବା ଅନୁସାରେ ସେ ଫିନିଶ ଲାଇନର ପାଖାପାଖା ଯାଇ ରାସ୍ତା ଭୁଲି ଯାଇଥିଲେ ଯାହା ଫଳରେ ସେ ବ୍ୟାରିଅର ସହିତ ଧକ୍କା ହୋଇଯାଇଥିଲେ।

ତେବେ ଟିଗାଲ ଏବଂ ଡିୟାଗୋ ଉଭୟେ ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ନିଜ ମତ ଲେଖିଛନ୍ତି । ଟିଗାଲ ଲେଖିଛନ୍ତି ଯେ ସେ ବ୍ୟାରିଅର ସହିତ ଧକ୍କା ହେଲା ପରେ ରେସ୍‌ ସମାପ୍ତ ହୋଇଯାଇଥିଲା ବୋଲି ଭାବିଥିଲେ। କିନ୍ତୁ ଏହା ପରେ ଯାହା ହେଲା ତାହା ସେ କେବେ କଳ୍ପନା ମଧ୍ୟ କରିନଥିଲେ। ସେହିପରି ଡିୟାଗୋ ନିଜର ଏହି କାର୍ଯ୍ୟ ପ୍ରତି ଗର୍ବିତ ହୋଇ ଲେଖିଛନ୍ତି ଲୋକମାନେ ତାଙ୍କର ଏହି କାର୍ଯ୍ୟକୁ ଖୁବ ପ୍ରଶଂସା କରୁଛନ୍ତି ବୋଲି ସେ ଗର୍ବିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.