Below header

ବର୍ଷର ୩୬୫ ଦିନ ଖୋଲା ରହିଥାଏ ଏହି ବ୍ୟାଙ୍କ, ଦିନର କୌଣସି ସମୟରେ କରିପାରିବେ କାମ

ସାଧାରଣରେ ଯେବେ ବ୍ୟାଙ୍କ ଦୀର୍ଘ ଦିନ ପାଇଁ ବନ୍ଦ ରହିବା ନେଇ କୌଣସି ନୋଟିସ ଆସେ ଲୋକେ ନିଜ ନିଜର ବ୍ୟାଙ୍କ କାମ କେମିତି ଶୀଘ୍ର ଶେଷ କରିବେ ସେ ନେଇ ଲାଗିପଡନ୍ତି । ଏହି ସମୟରେ ବ୍ୟାଙ୍କ ଆଗରେ ନାହିଁ ନଥିବା ଭିଡ ଜମିଥିବା ମଧ୍ୟ ଦେଖିବାକୁ ମିଳେ । ଏମିତିକି ଆଗତୁରା ଲୋକେ କିଛି ନଗଦ ରାଶି ଉଠାଇ ନିଜ ପାଖରେ ରଖି ଦିଅନ୍ତି, ଯାହାଦ୍ୱରା ଆଗକୁ ଅସୁବିଧା ହେବନାହିଁ । କୌଣସି ପର୍ବପର୍ବାଣି ସମୟରେ ବି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତରେ ଏମିତି ଏକ ବ୍ୟାଙ୍କ ଅଛି ଯାହା ବର୍ଷର ୩୬୫ ଦିନ, ଦିନର ୨୪ ଘଣ୍ଟା ଖୋଲା ରହିଥାଏ । ଯେକୌଣସି ସମୟରେ ବି ଆପଣ ଏଠାରେ ନଗଦ କାରବାର କରିବା ସହ ଅନ୍ୟାନ ବ୍ୟାଙ୍କ ସମ୍ବନ୍ଧୀୟ କାମ କରିପାରିବେ ।

bank

ଦେଶର ଅନ୍ୟତମ ପ୍ରାଇଭେଟ ସେକ୍ଟର ବ୍ୟାଙ୍କ ଆଇସିସିଆଇ ତାର ଗ୍ରାହକ ମାନଙ୍କୁ ଟଚ ବ୍ୟାଙ୍କିଙ୍ଗର ସୁବିଧା ଦେଇଥାଏ । ସମଗ୍ର ଦେଶରେ ଏହିପରି ବ୍ୟାଙ୍କର ପ୍ରାୟ ୧୦୦ ଟି ବ୍ରାଞ୍ଚ ରହିଛି । ଏହି ବ୍ୟାଙ୍କ ଗୁଡିକରେ ନେଣଦେଣ ସମ୍ବନ୍ଧୀୟ କାମ ଖୁବ ସହଜରେ କମ ସମୟରେ ହୋଇଯାଏ । ଏହି ବ୍ରାଞ୍ଚ ଗୁଡିକରେ ଅଟୋମେଟେଡ଼ ଡିଭାଇସ ଲାଗିଥାଏ ଯାହାଦ୍ୱାରା ଯେକୌଣସି ବୟସର ବ୍ୟକ୍ତି ଯେକୌଣସି ସମୟରେ ବି ନିଜ କାମ କରିପାରିଥାଏ । ଆଉ ମଧ୍ୟ ଏଥି ଯୋଗୁଁ ବ୍ୟାଙ୍କ ସାମ୍ନାରେ ଲମ୍ବା ଲାଇନ ଲଗାଇବାକୁ ପଡ଼ିନଥାଏ କି ଘଣ୍ଟା ଘଣ୍ଟା ଅପେକ୍ଷା କରିବାର ଆବଶ୍ୟକତା ନଥାଏ । ଏହା ମାଧ୍ୟମରେ ଆପଣ ନିଜ ଆକାଉଣ୍ଟରେ ରିୟଲ ଟାଇମରେ କ୍ୟାସ ଡ଼ିପୋଜିଟ କରିପାରିବେ ।

ଏହା ସହ ପଢନ୍ତୁ: ପୋଷ୍ଟ ଅଫିସ୍‌ରେ ଖାତା ଅଛି କି? ଜାଣନ୍ତୁ ଏଟିଏମ୍‌ କାର୍ଡରେ ଟଙ୍କା ଉଠାଣର କେତେକ ନିୟମ

ଏହା ଦ୍ୱାରା ଆପଣ କ୍ୟାସ ଉଠାଇବା, ଚେକ ଡ଼ିପୋଜିଟ କରିବା, ଫଣ୍ଡ ଟ୍ରାନ୍ସଫର କରିବା, ଫିକ୍ସଦ ଡ଼ିପୋଜିଟ କରିବା, ଆକାଉଣ୍ଟ ଷ୍ଟେଟମେଣ୍ଟ ସମେତ ସବୁ କାମ କରିପାରିବେ । ଆଉ ମଧ୍ୟ ଘରେ ବସି ଇଣ୍ଟରନେଟ ସହାୟତାରେ ଆପଣ ନିଜ ଆକାଉଣ୍ଟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇପାରିବେ । ଏହା ସହ ଦିନର ୨୪ ଘଣ୍ଟା ଭିଡିଓ କନଫରେନ୍ସ ମାଧ୍ୟମରେ ମଧ୍ୟ ଆପଣ ନିଜ ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ ତଥ୍ୟ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.