Below header

ଆକ୍ସନ ମୁଡ୍‌ରେ ସୁନ୍ଦରଗଡ଼ ପରିବହନ ବିଭାଗ, ଅଟୋ ଉପରେ ପଡ଼ିଲା ୩୫ ହଜାର ୫୦୦ ଟଙ୍କାର ଫାଇନ୍

ସୁନ୍ଦରଗଡ଼(କେନ୍ୟୁଜ୍): ସେପଟେ ଆକ୍ସନ ମୁଡ୍‌ରେ ସୁନ୍ଦରଗଡ଼ ପରିବହନ ବିଭାଗ । ଅଟୋ ଉପରେ ପଡ଼ିଲା ୩୫ ହଜାର ୫୦୦ ଟଙ୍କାର ଫାଇନ୍ । ବିନା ପରମିଟ୍‌ରେ ଯାଉଥିବା ଏକ ଘରୋଇ ବସ୍‌କୁ ଜବତ କରାଯିବା ପରେ ସ୍କୁଲ ପିଲାଙ୍କୁ ନେଇ ଆସୁଥିବା ଅଟୋ ଗୁଡ଼ିକୁ ଯାଞ୍ଚ କରିଥିଲେ ପରିବହନ ଅଧିକାରୀ । ଏକ ଅଟୋରେ ମାତ୍ରାଧିକ ଛାତ୍ରଙ୍କୁ ବସାଇବା ସହ ଅଟୋର ଫିଟ୍‌ନେସ୍ ନଥିବା ଏବଂ ଡ୍ରାଇଭରର ଲାଇସେନ୍ସ ନଥିବା ଜଣାପଡ଼ିଥିଲା । ଏହା ସହ ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଉଥିବା ଜଣାପଡ଼ିବା ପରେ ୩୫ ହଜାର ୫୦୦ ଟଙ୍କାର ଫାଇନ ପଡ଼ିଥିଲା । ମଦ୍ୟପ ଡ୍ରାଇଭରକୁ କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.