ପୁଅ ଅର୍ଜୁନଙ୍କୁ ନେଇ ସମସ୍ୟାରେ ପଡ଼ିଛନ୍ତି ସଚିନ ତେନ୍ଦୁଲକର, ଝିଅ ସାରାଙ୍କୁ ବି ପୂର୍ବରୁ ମିଳିସାରିଛି ଧମକ

ଭେଟେରାନ୍‌ ବ୍ୟାଟ୍ସମ୍ୟାନ ସଚିନ୍‌ ତେନ୍ଦୁଲକର ଆଜିକାଲି ନିଜ ପୁଅକୁ ନେଇ ସମସ୍ୟାରେ ଅଛନ୍ତି। କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିବା ସଚିନ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହିଥାଆନ୍ତି। ଆଉ ନିଜ କଥା ସବୁବେଳେ ନିଜ ଫ୍ୟାନ୍‌ମାନଙ୍କ ସହ ଶେୟାର୍‌ କରିଥାଆନ୍ତି।

ଏହାସହ ପଢ଼ନ୍ତୁ: ଓଡ଼ିଆ ହକି ଖେଳାଳିଙ୍କୁ ଦିଲ୍ଲୀରେ ଆକ୍ରମଣ, ନେହେରୁ କପ୍‌ରେ ଭାଗ ନେବାକୁ ଯାଇଥିବା ବେଳେ ଅଘଟଣ

ବିଶ୍ୱ କ୍ରିକେଟ୍‌ ଖାସ୍‌କରି ଭାରତରେ ସଚିନଙ୍କ ଲୋକପ୍ରିୟତା କାହାକୁ ଅଛପା ନାହିଁ। ପ୍ରତ୍ୟେକ ବ୍ୟକ୍ତି ତାଙ୍କ ସହ ଯୋଡ଼ିହେବାକୁ ଆଗ୍ରହୀ ଥାଆନ୍ତି। ‘କ୍ରିକେଟ୍‌ର ଭଗବାନ’ ବୋଲି କୁହାଯାଉଥିବା ସଚିନଙ୍କ ପାଇଁ ତାଙ୍କ ଲୋକପ୍ରିୟତା କେବେ କେବେ ମୁଣ୍ଡବିନ୍ଧାର ବି କାରଣ ବନିଯାଉଛି। ଖାସ୍‌କରି ସୋସିଆଲ ମିଡିଆରେ ଆଜିକା ଦିନରେ ଏହା ଅଧିକ ସମସ୍ୟା ସୃଷ୍ଟି କରୁଛି।

sa1

ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଜଣେ ଦ୍ରୁତ ବୋଲର୍‌ ଏବଂ ସେ ଭାରତୀୟ କ୍ରିକେଟ୍‌ରେ ନିଜ ଜାଗା ବନାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ହେଲେ ତାଙ୍କୁ ଏ ପଯ୍ୟର୍ନ୍ତ ଏହି ସଫଳତା ମିଳିପାରି ନାହିଁ, ଯାହାକି ତାଙ୍କ ବାପାଙ୍କୁ ମିଳିଥିଲା। ଏହାସତ୍ତ୍ୱେ ଜଣେ ସେଲିବ୍ରିଟିଙ୍କ ପୁଅ ହେବା କାରଣରୁ ଅନେକ ଲାଭ, କ୍ଷତି ମଧ୍ୟ ଉଠାଇବାକୁ ପଡ଼ିଥାଏ।

ଏହାସହ ପଢ଼ନ୍ତୁ: ବିଶ୍ୱକପ୍‌ ସେମିଫାଇନାଲ୍‌ ପରାଜୟ ପାଇଁ ନିଜକୁ ଦାୟୀ କଲେ ଅଧିନାୟକ ବିରାଟ କୋହଲି

sa3

ଏମିତି ଏକ ଘଟଣାକୁ ନେଇ ଚିନ୍ତିତ ସଚିନ ଟୁଇଟର ଆକାଉଣ୍ଟରେ ନିଜ ସମସ୍ୟା ସମ୍ପର୍କରେ କହିଛନ୍ତି ଏବଂ ଟୁଇଟରଠାରୁ ସାହାଯ୍ୟ ମାଗିଛନ୍ତି। ପ୍ରକୃତ କଥା ହେଲା, ସଚିନ ନିଜ ପୁଅ ଅର୍ଜୁନଙ୍କ ନାଁରେ ବନିଥିବା ଏକ ଫେକ୍‌ ଆକାଉଣ୍ଟକୁ ନେଇ ବେଶ୍‌ ଚିନ୍ତାରେ ଅଛନ୍ତି। ସେ ସେହି ଆକାଉଣ୍ଟର ଲିଙ୍କ୍‌ ଶେୟାର କରି ଏହାକୁ ଫେକ୍‌ ବୋଲି ଦର୍ଶାଇଛନ୍ତି। ଏଥିସହ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ତାଙ୍କ କହିବା ହେଲା, ତାଙ୍କର ଦୁଇଟି ପିଲା ଅର୍ଜୁନ ଓ ସାରାଙ୍କର କୌଣସି ଟୁଇଟର ଆକାଉଣ୍ଟ ନାହିଁ।

ଏହାସହ ପଢ଼ନ୍ତୁ: କ୍ରିକେଟ୍‌ ମଇଦାନକୁ ଧୋନିଙ୍କ ଫେରିବା ନେଇ ପୁଣି କଳ୍ପନା ଜଳ୍ପନା, ରବି ଶାସ୍ତ୍ରୀ କହିଲେ ଏମିତି

sa33

ତେବେ ସଚିନଙ୍କର ଏଭଳି ଚିନ୍ତା ନୂଆ ନୁହେଁ। ଏହାପୂର୍ବରୁ ଝିଅ ସାରାକୁ ନେଇ ମଧ୍ୟ ସେ ଚିନ୍ତିତ ଥିଲେ। ୨୦୧୮ରେ ପଶ୍ଚିମବଙ୍ଗର ଦେବକୁମାର ମୋତି ନାମକ ଯୁବକ କୌଣସି ପ୍ରକାରେ ସାରାଙ୍କ ନମ୍ବର ନେଇ ତାଙ୍କୁ ବାରମ୍ବାର କଲ୍‌ କରି ହଇରାଣ କରିବା ଆରମ୍ଭ କରିଦେଇଥିଲେ। ଏପରି କି, ଯୁବକ ଜଣକ ସାରାଙ୍କୁ ବିବାହ କରିବା ପାଇଁ ନିଜର ଇଚ୍ଛା ଜାହିର କରିଥିଲେ। କେବଳ ଏତିକି ନୁହେଁ, ସେ ସାରାଙ୍କ ନାଁରେ ଏକ ଟାଟୁ ନିଜ ହାତରେ ବନାଇଥିଲେ ଏବଂ ତାଙ୍କୁ ଭେଟିବା ପାଇଁ ମୁମ୍ବାଇ ପଯ୍ୟର୍ନ୍ତ ପହଞ୍ଚି ଯାଇଥିଲେ। କିନ୍ତୁ ପରେ ଅଭିଯୋଗକ୍ରମେ ଦେବକୁମାରଙ୍କୁ ପୋଲିସ ଗିରଫ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.