Below header

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଚାକିରି ପାଇବାର ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (SBI) ରେ ଅନେକ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଉପ ପ୍ରବନ୍ଧକ (Law) ର ସମୁଦାୟ ୪୫ଟି ଖାଲି ପଦବି ପାଇଁ ଆବଦେନ କରିପାରିବେ। ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଆବେଦନ କରିବା ପାଇଁ ଶେଷ ତାରିଖ ଆଜି ଅର୍ଥାତ ୧୨ ଫେବୃଆରୀ ।

ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ୍‌ କରିଥିବା ଆବଶ୍ୟକ।

sbiବୟସ ସୀମା:

ଏହି ପଦବିରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ବୟସସୀମା ୩୫ ବର୍ଷ ରହିଛି।

ମହତ୍ୱପୂର୍ଣ୍ଣ ତାରିଖ:

ଅନଲାଇନ୍‌ ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ- ୨୩ ଜାନୁଆରୀ ୨୦୨୦

ଅନଲାଇନ୍‌ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ- ୧୨ ଫେବୃଆରୀ ୨୦୨୦

ଅନଲାଇନ୍‌ ଟେଷ୍ଟ ପାଇଁ କଲ୍‌ ଲେଟର ଡାଉନଲୋଡ୍‌ କରିବା ତାରିଖ- ୨୧ ଫେବୃଆରୀ ୨୦୨୦

ଅନଲାଇନ୍‌ ପରୀକ୍ଷା ତାରିଖ- ୦୮ ମାର୍ଚ୍ଚ ୨୦୨୦

sbiଏପରି କରନ୍ତୁ ଆବେଦନ:

ଆବେଦନକାରୀମାନେ ଆବେଦନ ପ୍ରକ୍ରିୟା ପୁରା କରିବା ପାଇଁ ସର୍ବ ପ୍ରଥମେ େଓ୍ଵବସାଇଟକୁ ଯାଇ ଦିଆଯାଇଥିବା ଅଧିସୂଚନା ଡାଉନଲୋଡ କରି ଦିଆଯାଇଥିବା ନିର୍ଦେଶ ଅନୁସାରେ ଆବେଦନ ପ୍ରକ୍ରିୟା ଶେଷ ତାରଖ ପୂର୍ବରୁ ପୁରା କରନ୍ତୁ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କୁ ଅନଲାଇନ୍‌ ଟେଷ୍ଟ ଏବଂ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.