Below header

ଏହି ସବୁ ଖାସ ଫିଚର୍ସ ସହ ଲଞ୍ଚ ହେଲା Samsung Galaxy Z Flip, ମିଳିବ ଦୁଇ ଦୁଇଟି କ୍ୟାମେରାର ସପୋର୍ଟ

ଲୋକପ୍ରିୟ ଫୋନ ନିର୍ମାତା କମ୍ପାନୀ ସାମସାଙ୍ଗ ନିଜ ଫୋଲଡ଼େବଲ ଫୋନ ‘ଜେଡ ଫ୍ଲିପ’ କୁ ବିଶ୍ଵବ୍ୟାପୀ ଲଞ୍ଚ କରିଛି । ୟୁଜର୍ସଙ୍କୁ ଏହି ଫୋନରେ ଅଲଟ୍ରା- ଥିନ ଡିଷ୍ପ୍ଲେ, ଦମଦାର ପ୍ରୋସେସର ସହ ଶାନଦାର କ୍ୟାମେରାର ସପୋର୍ଟ ବି ମିଳିପାରିବ । ଏହାବାଦ ୟୁଜର ମାନେ ଏହି ଡିଭାଇସକୁ ମିରର ବ୍ଲାକ, ପିଙ୍କ କଲର ଅପସନରେ ବି କିଣିପାରିବେ । ଆସନ୍ତା ଫେବୃଆରୀ ୧୪ ତାରିଖରୁ ହିଁ କମ୍ପାନୀ ଦକ୍ଷିଣ କୋରିଆ, ଆମେରିକା ସମେତ କିଛି ବଜାରରେ ହିଁ ଉପଲବ୍ଧ କରିବ । ତେବେ ଆସନ୍ତୁ ଜାଣିବା କଣ ସବୁ ରହିଛି ଏହି ଫୋନର ସ୍ପେସିଫିକସନ :

– କମ୍ପାନୀ ତରଫରୁ ଏହି ଫୋନର ଦର ରଖାଯାଇଛି ଏହା ପୂର୍ବରୁ ଭାରତୀୟ ବଜାରରେ ଗାଲାକ୍ସି ଫୋଲଡ଼ର ପ୍ରଥମ ସିରିଜ କୁ ଭାରତୀୟ ବଜାରରେ ଲଞ୍ଚ କରାଯାଇଥିବା ବେଳେ ଏହା ଭଲ ବ୍ୟବସାୟ ମଧ୍ୟ କରିଥିଲା ।

 

samsung

– କମ୍ପାନୀ ଏଥିରେ ୬.୭ ଇଞ୍ଚର ଫୁଲ ଏଚଡ଼ି ଡାୟନାମିକ ଏମୋଲେଡ଼ ଡିଷ୍ପ୍ଲେ ଉପଲବ୍ଧ କରୁଥିବା ବେଳେ ରିଜୋଲୁସନ ରହିଛି ୧୦୮୦ ସ ୨୬୩୬ ପିକସାଲ । ଏହାବାଦ ବାହାର ପଟରୁ ମଧ୍ୟ ଏକ ଇଞ୍ଚର ଏକ ସ୍କ୍ରିନ ଦିଆଯାଇଛି । ଏହି ଫୋନର ଆସପେକ୍ଟ ରେସିଓ ରହିଛି ୨୧:୯:୯ ।

-ଏସବୁ ବ୍ୟତୀତ ୟୁଜରଙ୍କୁ ଏହି ଡିଭାଇସରେ ଭଲ ପ୍ରଦର୍ଶନ ପାଇଁ ୭ ଏନଏମର ଅକଟାକୋର ଚିପସେଟ ସମେତ ୮ ଜିବି ରାମର ଷ୍ଟୋରେଜ ସୁବିଧା ବି ଦିଆଯାଇଛି । ଫୋନ ଟି ଆଣ୍ଡ୍ରଏଡ଼ ୧୦ ଅପରେଟିଙ୍ଗ ସିଷ୍ଟମ ଉପରେ ହିଁ କାମ କରିଥାଏ ବୋଲି ଜଣାଯାଇଛି ।
-କମ୍ପାନୀ ତରଫରୁ ଏଥିରେ ଡୁଆଲ କ୍ୟାମେରା ସେଟଅପ ସହ ୧୨ ମେଗାପିକସଲର ପ୍ରାଇମେରୀ ସେନ୍ସର ସହ ୧୨ ମେଗାପିକସଲର ଅଲଟ୍ରା ୱାଇଣ୍ଡ ଆଙ୍ଗଲ ଲେନ୍ସ ମଧ୍ୟ ମହଜୂତ ଅଛି । ଯେବେକି ଫ୍ରଣ୍ଟରେ ୧୦ ମେଗା ପିକଶାଲାର ସେଲ୍ଫି କ୍ୟାମେରା ବି ଦିଆଯାଇଛି ।
-କନେକଟିବିଟି ଦୃଷ୍ଟିରୁ କମ୍ପାନୀ ଏହି ଡିଭାଇସରେ 4G ଏଲଟିଏ, ୱାଇ – ଫାଇ, ବ୍ଲୁ ଟୁଥ ୫.୦, ଜିପିଏସ, ଏନଏଫସି ଓ ଏନଏସଟି ପରି ଫିଚର୍ସ ବି ଦିଆଯାଇଛି । ଏହା ବାଦ କମ୍ପାନୀ ଏହି ଫୋନରେ ୩,୩୦୦ ଏମଏଚର ବ୍ୟାଟେରୀ ସୁବିଧା ବି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.