ମହଙ୍ଗା ହେଲା ରୋଷେଇ ଗ୍ୟାସ୍‌, ୯୦୦ଟଙ୍କାରେ ପହଞ୍ଚିଲା LPG ଦାମ୍‌

ଇଣ୍ଡେନ ଗ୍ୟାସ୍‌ ଗ୍ରାହକଙ୍କୁ ଲାଗିଲା ବଡ ଝଟ୍‌କା। ଇଣ୍ଡିଆନ ଅଏଲ ପକ୍ଷରୁ ରୋଷେଇ ଗ୍ୟାସ୍‌ ସିଲିଣ୍ଡରର ଦାମ ୧୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସବୁ ମହାନଗରରେ ବିନା ସବ୍‌ସିଡିରେ ୧୪ କିଲୋ ରୋଷେଇ ଗ୍ୟାସ ସିଲିଣ୍ଡର ଦାମରେ ୧୪୪.୫୦ରୁ ୧୪୯ ଟଙ୍କା ପର୍ଯ୍ୟନ୍ତ ଦର ବୃଦ୍ଧି କରାଯାଇଛି। ଯାହା ଆଜିଠାରୁ ଲାଗୁ ହେବ।

lpg
ଦିଲ୍ଲୀରେ ୧୪ କିଲୋ ଗ୍ୟାସ୍‌ ସିଲିଣ୍ଡର ୮୫୮.୫୦ ଟଙ୍କାରେ ମିଳୁଥିବା ବେଳେ ଏବେ ଏହାର ଦାମ ୧୪୪.୫୦ ଟଙ୍କା ବୃଦ୍ଧିପାଇଛି। ସେହିପରି କଲିକତା ଗ୍ରାହକ ୧୪୯ ଟଙ୍କା ଦେଇ ୮୯୬ ଟ. ମୂଲ୍ୟରେ ସିଲିଣ୍ଡର କିଣିବେ। ଏହା ପୂର୍ବରୁ ଜାନୁଆରୀ ୧ରୁ ରୋଷେଇ ଗ୍ୟାସ ଦାମ୍‌ ବଢାଇଦିଆଯାଇଛି। ଫେବୃଆରୀ ୧ରେ ବଜେଟ ଆରମ୍ଭ ହେବା ପୂର୍ବରୁ କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ ୨୨୪.୯୮ ଟଙ୍କା ବଢିଥିଲା। ଏବେ କର୍ମସିଆଲ ସିଲିଣ୍ଡର ୧୫୫୦.୦୨ ଟଙ୍କା ରହିଛି। କିନ୍ତୁ ଘରୋଇ ଗ୍ୟାସ ଉପଭୋକ୍ତାଙ୍କ ପାଇଁ କୌଣସି ପରିବର୍ତ୍ତନ କରାଯାଇନଥିଲା। ଗତ ମାସରେ ସବସିଡିଯୁକ୍ତ ରୋଷେଇ ଗ୍ୟାସ ଦାମ୍‌ ଗତ ୬ ମାସ ମଧ୍ୟରେ ୧୩ ପ୍ରତିଶତ ଅର୍ଥାତ୍‌ ପ୍ରତି ସିଲିଣ୍ଡର ପିଛା ୬୨ ଟଙ୍କା ବଢିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.